ଅସ୍ଥାୟୀ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବା ନେଇ ପ୍ରତିବାଦ।

0 115

ପୋଲସରା,ତା-୧୬/୧୦(ପିପିଟି);ଆଜି ପୋଲସରା ଏନ୍.ଏ.ସି.ର ଚୁକ୍ତିଭିତ୍ତିକ ଅସ୍ଥାୟୀ ସଫେଇ କର୍ମଚାରୀମାନେ କାମ ବନ୍ଦ କରିବା ସହ ସେମାନଙ୍କୁ ଚାକିରୀରୁ ବେଆଇନ ଭାବେ ବାହାର କରିଦେବାକୁ ନେଇ ତାର ପ୍ରତିବାଦରେ ସ୍ଥାନୀୟ ଵାଲୁକେଶ୍ୱର ଶିବମନ୍ଦିରରୁ ଏକ ରାଲି ବାହାର କରି ହାତରେ ବ୍ୟାନର ଏବଂ ପ୍ଲାକାଡ୍ ଧରି ବିଭିନ୍ନ ସ୍ଲୋଗାନ୍ ଜରିଆରେ ପ୍ରଥମେ ଏନ୍.ଏ.ସି. ଅଫିସକୁ ଯାଇ କିଛି ସମୟ ପ୍ରତିବାଦ କରିବା ସହ ଦାବିପତ୍ର କର୍ତ୍ତୃପକ୍ଷଙ୍କୁ ଦେଇ ସେଠାରୁ ସିଧାସଳଖ ଚାଲି ଚାଲି ବିଭିନ୍ନ ସ୍ଲୋଗାନ ଦେଇ ତହସିଲ କାଯ୍ୟାଳୟକୁ ଯାଇଥିଲେ । କାଯ୍ୟାଳୟ ସମ୍ମୁଖରେ ଚାକିରୀରୁ ଅନ୍ୟାୟଭାବେ ବାହାର କରିଦେବାକୁ ନେଇ ପ୍ରତିବାଦ ସ୍ବରୁପ ସ୍ଲୋଗାନ୍ ଦେବାପରେ ସେମାନଙ୍କୁ ପୁନଃ ଚାକିରୀରେ ରଖିବାକୁ ଦାବି ପତ୍ର ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ଦେଇଛନ୍ତି ଏବଂ କହିଛନ୍ତି ଯେ ଯଦି ଆମକୁ ଚାକିରୀରେ ନ ରଖାଯାଏ ଯଥାଶୀଘ୍ର ତେବେ ଆମ୍ଭେମାନେ ଜିଲ୍ଲା ସଂଘ ଏବଂ ରାଜ୍ୟ ସଂଘ ସହଯୋଗରେ ପ୍ରଶାସନ କଳ ନିକଟରେ ଧାରଣା ଦେବା ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ। ଆବଶ୍ୟକ ପଡ଼ିଲେ ଆମ୍ଭ ସମସ୍ୟାକୁ ନେଇ ପ୍ରଧାନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି କହିଛନ୍ତି।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା। )

Leave A Reply

Your email address will not be published.