ଅସହାୟ ମହିଳା ଚନ୍ଦ୍ରକାନ୍ତୀ ଆଜି ନିରାଶ୍ରୟ ।

0 416

ପଦ୍ମପୁର,୧୩/୦୯(ପିପିଟି); ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକର କଟାବାହାଲ ପଂଚାୟତ ଅଧିନସ୍ଥ ଯୁବାଖୋଲ ରେ ଚନ୍ଦ୍ରକାନ୍ତୀ ବିବାହ କରିଥିଲେ । ସ୍ୱାମୀ ଚନ୍ଦ୍ରମଣି ସାହୁ ନିଜ ଗାଁ ରେ ଚାଷବାସ କରି କେତେ ହସଖୁସିରେ ତାଙ୍କ ପରିବାର ଚଳି ଆସୁଥିଲେ ହେଲେ ଦଇବ ସହିପାରିଲା ନାହିଁ । ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ମାତ୍ର ୩୯ ବର୍ଷ ରେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ଅର୍ଥ ଅନର୍ଥର ମୂଳ କାରଣ । ଟଙ୍କା ପଇସା ଅଭାବ ହେତୁ ବଡ ଡାକ୍ତରଖାନାରେ ଚିକିତ୍ସାରୁ ବଂଚିତ ହୋଇ ନିଜ ଅର୍ଦ୍ଧାଙ୍ଗିନୀ ଚନ୍ଦ୍ରକାନ୍ତୀର କୋଳରେ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ଛାଡି ଦେଇ ଚିରଦିନପାଇଁ ଏକା କରିଚାଲିଗଲୋ ତାପର ଠାରୁ ସ୍ତ୍ରୀ ଚନ୍ଦ୍ରକାନ୍ତୀଙ୍କ ମୁଣ୍ଡ ରେ କଳାବାଦଲ ଟିଏ ଚାଲି ଆସିଲାା ମୂଲ ଲାଗି ତିନିତିନିଟି ସନ୍ତାନର ବୋଝ ବର୍ତ୍ତମାନ ଏକା ସମ୍ଭାଳୁଛନ୍ତି । ବଡ ପୁଅ ମୁକ,କୋଳରେ ଥିବା ସବା ସାନପୁଅ ବୟସ ହେଲା ତିନିବର୍ଷ ହେଲେ ନା କଥାବାର୍ତ୍ତା କରିପାରୁଛି ନା ଚାଲି ପାରୁଛି । ବର୍ତ୍ତମାନ ଚିନ୍ତା ରେ ଛଟପଟ ବିଧବା ଚନ୍ଦ୍ରକାନ୍ତୀ । ବଡପୁଅ ମୁକ ହେତୁ ରାଜ୍ୟ ସରକାରଙ୍କ ଠାରୁ ପ୍ରଚଳିତ ଭତ୍ତା ପାଉଛି । ଚନ୍ଦ୍ରକାନ୍ତୀ ମଧ୍ୟ ପ୍ରଚଳିତ ସ୍କିମ ହିସାବ ରେ ଭତ୍ତା ଟଙ୍କା ପାଇଆସୁଛନ୍ତିା କିନ୍ତୁ ମୁଣ୍ଡ ଗୁଞ୍ଜିବା ସକାଶେ ପକ୍କା ଘର ଖଣ୍ଡିଏ ନାହିଁ । ଏଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ଟିଏ ମିଳିବା ସହିତ ତିନି ବର୍ଷର ଶିଶୁର ଚିକିତ୍ସା ପାଇଁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେଲେ ଚନ୍ଦ୍ରକାନ୍ତୀ ର ମୁଁହ ରେ ଚେନାଏ ହସ ଫୁଟିପାରନ୍ତା ବୋଲି ଅନେକ ତାଙ୍କ ପ୍ରତିକ୍ରିୟା ରେ ଜଣାଇଛନ୍ତି । ଏଣୁ ତୁରନ୍ତ ଏଦିଗରେ ଜିଲ୍ଲା ପ୍ରଶାସନ ତଥା ଗାଇସିଲେଟ ବି.ଡି.ଓ ଦୃଷ୍ଟି ଗୋଚର କରିବାକୁ ମାଁ ଚନ୍ଦ୍ରକାନ୍ତୀ ସରକାରଙ୍କ ଠାରେ ଦାବୀ ଜଣାଇଛନ୍ତି । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ)

Leave A Reply

Your email address will not be published.