ଅସହାୟ ନିଲିଙ୍କ ଭାଗ୍ୟରେ ଭତ୍ତାଟିଏ କେବେ ?

0 426

ବେଲଗୁଣ୍ଠା,୦୩/୧୧(ପିପିଟି); ସରକାରଙ୍କ ମାଳମାଳ ଯୋଜନା ହେଲେ ଅସହାୟ ନିଲିଙ୍କ ପାଇଁ ସଵୁ ଅପହଞ୍ଚ । ୭୪ ବର୍ଷ ବୟସରେ ମଧ୍ୟ ଭତ୍ତାଟିଏ ହୋଇପାରୁ ନାହିଁ । ଅନେକ ବାର ପଞ୍ଚାୟତ ଓ ବ୍ଳକକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି ହେଲେ କେହିବି ଦୁଃଖ ଶୁଣୁନାହାଁନ୍ତି ।କୋହଭରା କଣ୍ଠରେ ଏଭଳି ପ୍ରକାଶ କରିଛନ୍ତି ଡି.ନିଲି ପ୍ରଧାନ ।
ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ପଞ୍ଚାୟତ ମାଟିଆସାହିର ବାସିନ୍ଦା ନିଲି । ସ୍ୱାମୀ ମହାଦେବ ପ୍ରଧାନଙ୍କ ସହ ମିଶି ବୁଢାବୁଢି ଦୁଇ ପ୍ରାଣୀ ଗୋଟିଏ ଛୋଟ କୁଡିଆଘରେ ଜୀବନ କାଟୁଛନ୍ତି । ତିନି ପୁଅ ବିବାହ କରି ଯେ ଯା ବାଟରେ ରହୁଛନ୍ତି । ଜୀବନର ଶେଷ ସମୟରେ ଉଭୟ ଉଭୟଙ୍କ ପାଇଁ ପାଲଟିଛନ୍ତି ସାହାରା । କିଛି ଖଜୁରି ସଂଗ୍ରହ କରି ପଟି ବୁଣିଲେ ଯାହା ଆୟହୁଏ ଓ ରାସନକାର୍ଡରେ ମିଳୁଥିବା ସାମଗ୍ରୀରେ ଚଳୁଛି ସଂସାର। ନିଲିଙ୍କ ଅଣ୍ଟା ପଡିଯାଇଥିବା ବେଳେ ନଇଁ ନଇଁ କାଠଚୁଲିରେ କିଛି ରୋଷେଇ କରିବା ସହ ଗୃହକାର୍ଯ୍ୟ ସଂପୂର୍ଣ୍ଣ କରିଥାଆନ୍ତି । ଏଭଳି ପରିସ୍ଥିତିରେ ଆଉବା କେତେଦିନ ବଞ୍ଚିବେ ଜୀବନଯିବା ପୂର୍ବରୁ ଅନ୍ତତଃ ଭତ୍ତାଟିଏ ହୋଇ ପାରିଥିଲେ ଜୀବନର ଶେଷ ପର୍ଯ୍ୟାୟରେ ଟିକିଏ ସୁଖଶାନ୍ତିରେ କଟି ପାରନ୍ତା ବୋଲି ପ୍ରକାଶ କରିଛନ୍ତି । ବ୍ଳକ ପ୍ରଶାସନ ଏଥିପ୍ରତି ଟିକିଏ ନଜର ଦେବାକୁ ନେହୁରା ହୋଇଛନ୍ତି ।

(ରିପୋର୍ଟ – ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.