ବ୍ରହ୍ମପୁର,୨୪/୦୧(ପିପିଟି); ରବିବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ଅନୁବନ୍ଧିତ ଅଲ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସମୁଖ୍ୟ ଗଂଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଟାଉନ ହଲ ଠାରେ ଆୟୋଜିତ ହୋଇଯାଇ ଅଛି ।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଯୋଗ ଦେଇଥିବା ବେଳେ ରାଜ୍ୟ ସଭା ସାଂସଦ ସୁବାଷ ସିଂ, ସାଂସଦ ଆସ୍କା ପ୍ରମିଳା ବିଷୋୟୀ , ସାଂସଦ ବ୍ରହ୍ମପୁର ଚନ୍ଦ୍ର ଶେଖର ସାହୁ , ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡକ୍ଟର ଗୋପବନ୍ଧୁ ଦାସ, ଗଂଜାମ ଜିଲ୍ଲାର ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଆସ୍କା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଶ୍ରମିକ ସାମ୍ମୁଖ୍ୟ ସଭାପତି ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଚିକିଟି ବିଧାୟିକା ଉଷାଦେବୀ, ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନାମ ପୋଲାଇ, ପ୍ରମୁଖ ଉପସ୍ଥିତ ରହି ଅଙ୍ଗନୱାଡି କର୍ମୀଙ୍କୁ ଉଦ୍ବୋଧନ ଦେଇଥିଲେ । ଅଙ୍ଗନୱାଡି କର୍ମୀଙ୍କୁ ସମସ୍ତ ଗୁରୁତ୍ୱ ପ୍ରଦାନ କରି କୋଭିଡ ଯୋଦ୍ଧା ଭାବେ ଗ୍ରହଣ କରିବା ସହିତ ଗଞ୍ଜାମ ଜିଲ୍ଲା ଅଙ୍ଗନୱାଡି କର୍ମୀଙ୍କୁ ସାବାସୀ ଦେଇଛନ୍ତି । ବର୍ତ୍ତମାନ ଆପଣ ମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟ ରେ ଉତ୍ଥାପନ କରି ସେ ଗୁଡିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)