ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ।

0 238

ଭଞ୍ଜନଗର,୦୨/୦୭(ପିପିଟି): ବଡ଼ ଖବର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଆକ୍ରୋଶ ମୂଳକ ଭାବେ ରାତି ଅଧିଆ ଗିରଫ କରିବା ପ୍ରତିବାଦରେ ଆଜି ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସତ୍ୟ ଖବର ପ୍ରକାଶ କରିବାରୁ ରାଜ୍ୟ ସରକାରଙ୍କ ଇଓଡ଼ବ୍ଲୁ ଜରିଆରେ ଯେଉଁଭଳି ତତ୍ପରତା ଦେଖାଇ ଉଦ୍ଦେଶ୍ୟ ମୂଳକ ଭାବେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ସତ୍ୟକୁ ସାମ୍ନାକୁ ଆଣୁଥିବା ସାମ୍ବାଦିକଙ୍କ କଣ୍ଠରୋଧ କରାଯିବା ସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଏହି ଘଟଣା କୁଠାରଘାତ କରୁଥିବା ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଂଘ ଅଭିଯୋଗ କରିଛି । ଅଗଣତାନ୍ତ୍ରିକ ଉପାୟରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ନିରପେକ୍ଷ ଭାବେ ତଦନ୍ତ କରି ସମ୍ବିଧାନ ଓ ସାମ୍ବାଦିକଙ୍କ ସୁରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ସଂଘ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛି। ଏଥିରେ ସଭାପତି ଜୟକୃଷ୍ଣ ପଟ୍ଟନାୟକ, ଉପସଭାପତି ପ୍ରଦୀପ କୁମାର ସ୍ୱାଇଁ,ସମ୍ପାଦକ ରବୀନ୍ଦ୍ର କୁମାର ଗୌଡ଼, ସହ ସମ୍ପାଦକ ନିଲୁ ବିଷୋୟୀ, ଜିଲ୍ଲା ସଂଯୋଜକ ବିଶ୍ୱମ୍ଭର ଜେନା,କୋଷାଧ୍ୟକ୍ଷ ଭବାନୀ ଶଙ୍କର ପାଳ,ବଡ଼ ଖବର ପ୍ରତିନିଧି ନଚିକେତା ପ୍ରଧାନ,ରଞ୍ଜନ ସ୍ବାଇଁ,ସୁଜିତ ବିଷୋୟୀ, ଅମରେନ୍ଦ୍ର ପଟ୍ଟନାୟକ, ପପୁ ପ୍ରଧାନ,ଗୋବିନ୍ଦ ଗୌଡ଼,ସନ୍ତୋଷ ପ୍ରଧାନ,ଗିରିସ ସାହୁ,ପୁରୁଷୋତ୍ତମ ମହାପାତ୍ର, ଅରକ୍ଷିତ ପରିଛା,ଉଦୟ ପଣ୍ଡା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.