ମାଲକାନଗିରି,୧୫/୦୯(ପିପିଟି):
ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ପ୍ରତ୍ଯେକଟି ଜୀଲ. ମୂଲ୍ଯବାନ କହି ଆତ୍ମଗର୍ବ କରୁଥିବା ବେଳେ ଏହା କେବଳ ଭୋଟ ରାଜନୀତି ମାତ୍ର । ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ । ଅର୍ଥ ଅଭାବରୁ ଅନେକ ରୋଗୀ ଉତ୍ତମ ଚିକିତ୍ସା ନପାଇ ପ୍ରତି ଦିନ ଅକାଳରେ ମୃତ୍ୟକୁ ଆଲିଙ୍ଗନ କରୁଥିବା ଦୃଷ୍ଟାନ୍ତ ଅନେକ । ଏମିତି ଏକ ସ୍ପର୍ଶକାତର ଘଟଣାପ ଘଟିଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୯୯ ଗ୍ରାମରେ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇ ନପାରି ରୋଗ ଯନ୍ତ୍ରଣାରେ ଛଟ ପଟ ହୋଇ ଜଣେ କିଡନୀ ରୋଗୀ ବିଷ ପିଇ ଆତ୍ମହତ୍ୟା କରିଥିବା ର ଜଣା ପଡ଼ିଛି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ତାଣ୍ଡବାଇ ପଞ୍ଚାୟତ ଅନ୍ତର୍ଗତ ଏମ୍ ଭି ୯୯ ଗ୍ରାମରେ ଘଟିଛି। ସେହି ଗ୍ରାମର ଦୀପକ ମଣ୍ଡଳ(୩୫) ଜଣେ ଅତ୍ୟନ୍ତ ଗରିବ ଲୋକ ସେ ଗତ କିଛି ବର୍ଷ ହେଲା କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ଘରେ ଯାହା ଟଙ୍କା ପଇସା ଥିଲା ସବୁ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଗଲା ।ତେବେ ତାଙ୍କର ସ୍ବାସ୍ଥ୍ଯ ସେ ଭଲ ହୋଇ ପରିଲା ନାହିଁ। ଡାକ୍ତର କହିଲେ ଘରୋଇ ହସ୍ପିଟାଲକୁ ଯାଇ ଚିକିତ୍ସା କରିବା ପାଇଁ । ଏଥି ପାଇଁ ମୋଟା ଅଙ୍କର ଅର୍ଥ ଆଵଶ୍ୟକତା ଥିବାରୁ ଅର୍ଥ ଯୋଗାଡ଼ କରି ନପାରି ଘରେ ବିଛଣାରେ ପଡିରହିଲେ। ତାଙ୍କ ପତ୍ନୀ କୁଲିମଜୁରୀ କରି ଯାହା ଅର୍ଥ ରୋଜଗାର କରି ଅଣନ୍ତି ସେଥିରେ ତାଙ୍କର ଔଷଧ କିଣିବା ଓ ପରିବାର ଚଳିବା କଷ୍ଟ କର । ତେଣୁ ସେ ନିଜର ମାନସିକ ଭାରସାମ୍ୟ ହରାଇ ଆଜି ବିଷ ପିଇ ଦେଇଥିଲେ । ତାଙ୍କୁ ପରିବାର ଲୋକେ ନିକଟସ୍ଥ ଏମ୍ ଭି- ୭୯ ପ୍ରାଥମିକ ଚିକିତ୍ସାଳୟକୁ ତୁରନ୍ତ ଭର୍ତ୍ତି କରିଥିଲେ ଚିକିତ୍ସା ପାଇଁ,କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୀପକଙ୍କ ୩ ସନ୍ତାନ ରହିଛି । ବଡ଼ ପୁଅର ବୟସ ୧୦ ବର୍ଷ ହୋଇଥିବା ବେଳେ ଆଉ ଦୁଇଟି ଛୋଟ ଝିଅ ରହିଛି । ଦୀପକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ଅବସ୍ଥାରେ. ରହିଛନ୍ତି । ତେବେ ମୁଖ୍ଯମନ୍ତ୍ରୀଙ୍କ ଗରିବ କଲ୍ଯାଣ ଯୋଜନା ଏଠାରେ ନିଷ୍ପ୍ରଭ ହୋଏଇ ପଡିଥିବା ମନେ ହେଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)