ଅମୃତ ମହୋତ୍ସବ ଦେଶ ପାଳିଲା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ନିଷ୍ପେସିତ ଆଦିବାସୀ ।

0 271

ବ୍ରହ୍ମପୁର,୦୬/୦୨(ପିପିଟି): ସ୍ୱାଧୀନତାର ୭୫ ବର୍ଷ ଅବିବାହିତ ପରେ ମଧ୍ୟ କିଛି ଆଦିବାସୀ ଗ୍ରାମକୁ ପକ୍କା ରାସ୍ତା ହୋଇପାରିଲାନାହିଁ । ଏପରି କିଛି ଗ୍ରାମ ହେଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଛଣବଗଡ଼ ଓ ତଡା । ଏହି ଗ୍ରାମକୁ ଗମନାଗମନ ସୁବିଧା ପାଇଁ କହେଁଇନାଳ ଠାରୁ ଛଣବଗଡ଼ ଓ ତଡା ଗ୍ରାମକୁ ସଂଯୋଗୀକରଣ କରାଯାଇ ରାସ୍ତା ନିର୍ମାଣର ଅତି ଆବଶ୍ୟକ ରହିଛି । ଉକ୍ତ ଗ୍ରାମକୁ ରାସ୍ତା ନଥିବା ଯୋଗୁ ଜରୁରୀ କାଳୀନ ସେବା ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ । ଗ୍ରାମବାସୀ ଜଙ୍ଗଲ ରାସ୍ତା ଦେଇ ଯାତାୟାତ ହେବା ସମୟରେ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୋଉଛନ୍ତି । ଏହି ଗ୍ରାମ ମାନଙ୍କରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଆଦିବାସୀ ସମ୍ପ୍ରଦାୟର ପରିବାର ବାସ କରୁଥିବା ବେଳେ ସ୍ୱାସ୍ଥ୍ୟ ଗତ ସମସ୍ୟା ହେଉବା ପିଲାଙ୍କ ପାଠ ପଢିବାରେ ହଉ ଏହି ସବୁରେ ପ୍ରତିବନ୍ଧକ ହଉଚି ଏହି
ବିପଦପୂର୍ଣ୍ଣ ରାସ୍ତା । ବହୁ ନେତାମନ୍ତ୍ରୀ ଓ ଅଫିସରଙ୍କୁ ଜଣାଇବାପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଆମ୍ବୃତ ମହୋତ୍ସବ ଦେଶ ପାଳୁଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ନିଷ୍ପେସିତ ହୋଉଛନ୍ତି ଆଦିବାସୀ,ମନ୍ତ୍ରୀଙ୍କ ଏହି ପରି ଠକାମୀ ଆଉ ଚଳିବନାହିଁ ବୋଲି କହିଛନ୍ତି ଶ୍ରୀ ପାଢ଼ୀ । ଆଜି ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଗ୍ରାମବାସୀ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣିଙ୍କୁ ସ୍ମାରକ ପାତ୍ର ପ୍ରଦାନ କରିବା ସହ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିଥିଲେ । ସେ ବିଡ଼ିଓ ହଳଧର ଶବରଙ୍କ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ଦେଇଛନ୍ତି । ପତ୍ର ଦେବା ସମୟରେ ଶ୍ରୀକାନ୍ତ ପାଢ଼ୀ (ବିଜେପି, ପୂର୍ବତନ ରାଜ୍ୟ ସମ୍ପାଦକ)ଙ୍କ ସହ କୂରେସୁ ମଲିକ, ସୁରେନ୍ଦ୍ର ମଲିକ,ପ୍ରକାଶ ମଲିକ,ସୁନିତା ମଲିକ,କମଳା ମଲିକ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.