ଅମୃତଧାରା ଓ ନାରାୟଣୀ ମନ୍ଦିର ଗୃହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦ୍ୱାରା ଉଦଘାଟିତ ।

0 238

ଉଲୁଣ୍ଡା,୩୦/୧୦(ପିପିଟି); ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଜଟେସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଟେସିଂହା ଗ୍ରାମର ମାଁ ନାରାୟଣୀ ମନ୍ଦିର ଗୃହ ଏବଂ କୁଡାପଡା ଗ୍ରାମର ସ୍କୁଲ ପରିସରରେ ପାନୀୟ ଜଳ ପ୍ରକଳ୍ପ ଅମୃତଧାରା ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ।ଏହି ଉଦଘାଟନୀ ସମାରୋହରେ ବିଜେପିରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ କିଶୋର ହୋତା,ଜିଲ୍ଲା ବିଜେପି ଉପସଭାପତି ସତ୍ୟବ୍ରତ ମିଶ୍ର,ଜିଲ୍ଲା ସମ୍ପାଦିକା ନଳିନୀ ପଣ୍ଡା,ଆଇଟି ସେଲ ସଂଯୋଜକ ବେଣୁଧର ଦାସ, ବିରମହାରାଜପୁର ମଣ୍ଡଳ ସଭାପତି ହରିହର ପାତ୍ର,ଏକଲବ୍ୟ ବେହେରା, ଉମେଶ ପଣ୍ଡା,ବାବୁଲା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।

(ରିପୋର୍ଟ -ଶାନ୍ତନୁ କୁମର କର୍ଣ୍ଣ ।)

Leave A Reply

Your email address will not be published.