ଅଭିଭାବକ,ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବୈଠକ ।

0 48

ଶେରଗଡ, ୧୩/୦୨(ପିପିଟି); ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଚିଠି ନଂ ୧୨୩୫ ପ୍ରକାରରେ ଆଜି ଶେରଗଡ ବ୍ଲକ ର ଧବଳ ପୁର ଓ ନରେନ୍ଦ୍ରପୁର ସରକାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଥିଲା।ସକାଳ ୧୧ ଘଣ୍ଟ ସମୟରେ ଚଳିତ ଶିକ୍ଷା ବର୍ଷ ୨୦୨୦-୨୧ ରେ ଅଧ୍ୟୟନ ୧୦ମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ର ବାର୍ଷିକ ହାଇସ୍କୁଲ ପରୀକ୍ଷା ପାଇଁ ପ୍ରାକ ପ୍ରସ୍ତୁତି ନିମନ୍ତେ ଏବଂ ପରୀକ୍ଷା ରେ ଭଲ ନଂ ରଖି ସଫଳତା ହାସଲ କରିବା ଥିଲା ବୈଠକର ମୂଳ ଲକ୍ଷ୍ୟ ଥିଲା। ସଭା ରେ ଅଭିଭାବକ ଓ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବନ୍ଦିତା ଦାଶ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ରାଉତ ଏବଂ ଅନ୍ୟ ସହ ଶିକ୍ଷକ ଉପସ୍ଥିତ ଥିଲେ। ସେହି ଭଳି ନରେନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ କାଯ୍ୟରତ ପ୍ରଧାନ ଶିକ୍ଷକ ଜଗନ୍ନାଥ ମହାପାତ୍ର, ଜୟନ୍ତୀ ପାତ୍ର ମାନସୀ ସେଠି, ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲର ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ସହ ଶିକ୍ଷକ ଓ ଅଭିବାକ ରହି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିକରିଥିଲେ।

(ରିପୋର୍ଟ- ଭିକୁ ନାୟକ)

Leave A Reply

Your email address will not be published.