ଭୁବନେଶ୍ୱର,୧୧/୦୧: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଯାଇଛି। ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି। ପ୍ରାୟ ୩ ଦଶନ୍ଧି ହେବ ମିହିର ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ଓ ଅଭିନୟ ପାରଦର୍ଶିତା ପ୍ରତିପାଦିତ କରିବାରେ ସଫଳ ହୋଇପାରିଥିଲେ। ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟକୁ ଦର୍ଶକମାନେ ଏବେ ମଧ୍ୟ ମାନେ ରଖିଛନ୍ତି। ୧୯୯୮ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ