ଅବ୍ୟବସ୍ଥା ଘେରରେ ବୀରମହାରାଜପୁର ଦୈନିକ ପନିପରିବା ବଜାର;ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ।

0 238

ଉଲୁଣ୍ଡା,୧୧/୦୨(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଦୈନିକ ପନିପରିବା ବଜାର ଏବେବହୁ ଅବ୍ୟବସ୍ଥା ଘେରରେ ରହିଥିବା ବେଳେ ବଜାର ପରିସର ଅପରିଷ୍କାର ହେବ ସହ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଯାହାଫଳରେ କ୍ରେତା ବିକ୍ରେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଅଞ୍ଚଳର ବହୁ ଚାଷୀ ଏହି ଦୈନିକ ବଜାର ଉପରେ ନିର୍ଭର କରୁଥିବାବେଳେ ପ୍ରତ୍ୟେକ ଦିନ ସକାଳ ଠାରୁ ମଧ୍ୟାହ୍ନ ସମୟ ପର୍ଯ୍ୟନ୍ତ ‌ଚାଷୀ ଖରା ବର୍ଷା ଶୀତରେ ନିଜର ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି । ବଜାର ପରିସର ଅପରିଷ୍କାର ରହୁଥିବା ବେଳେ ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନାହିଁ। କ୍ରେତା ବିକ୍ରେତା ମାନେ ଆସୁଥିବା ସାଇକେଲ ଓ ବାଇକ ଅସୁରକ୍ଷିତ ସ୍ଥାନରେ ରଖୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ଏଠାରୁ ଚୋରି ହେଉଥିବା ବିଭିନ୍ନ ସମୟରେ ଥାନରେ ଅଭିଯୋଗ ହେଇଛି।
ଯାହାଫଳରେ ଉଭୟ କ୍ରେତା ବିକ୍ରେତାଙ୍କ ମଧ୍ୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ପଞ୍ଚାୟତ କର୍ତ୍ତୃପକ୍ଷ ସମସ୍ତ ବିକ୍ରାତାଙ୍କ ଠାରୁ ଦୈନିକ ଟିକସ ଆଦାୟ କରି ବର୍ଷକୁ ଲକ୍ଷାଧିକ ଟଙ୍କା ଟିକସ ଆଦାୟ କରୁଛନ୍ତି। ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ ପିଇବା ପାଣିର ବ୍ୟବସ୍ଥା କରିନଥିବା ବେଳେ ସଫେଇ କାର୍ଯ୍ୟ ହେଉନଥିବା ଯୋଗୁଁ ଏଠାରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ପଡି ରହୁଛି ।‌ ଏଠାରେ ଆର୍ବଜନା ଗୁଡ଼ିକ ଏକାଠି ଜମି ରହି ପଚି ସଢି ଦୁର୍ଗନ୍ଧ ହେଉଅଛି।‌ ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ଉଚିତ ପଦକ୍ଷେପ ନେବାପାଇଁ ବୃଦ୍ଧି ଜୀବି ମହଲରେ ଦାବି ହେଉଛି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.