ଅବ୍ଯବସ୍ଥା ଘେରରେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ;ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡୁ ।

0 233

ହିଞ୍ଜିଳିକାଟୁ,୨୫/୦୧(ପିପିଟି):ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଉପରେ ପ୍ରଶାସନର ତୀକ୍ଷଣ ନଜର ରହୁଛି । ସେହି ପ୍ରରିପ୍ରେକ୍ଷିରେ ହିଞ୍ଜିଳିକାଟୁ ଅଞ୍ଚଳକୁ ଏକ ପରୀକ୍ଷଣ କ୍ଷେତ୍ରରେ ରଖି ଉଲ୍ଲେଖନୀୟ ଅବଦାନ ହାସଲ କରିଥିବା ଅନୁମାନ କରାଯାଉଛି । ଯାହାକି ରାଜ୍ୟ ବାହାରୁ ଏବଂ ଜିଲ୍ଳାରୁ କ୍ଷେତ୍ର ପରିଦର୍ଶନରେ ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ପ୍ରକାର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଏବଂ ସ୍ମାର୍ଟ ସ୍କୁଲକୁ ପରିଦର୍ଶନରେ ଆସି ବାହାବହା ନେଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି । କିନ୍ତୁ ହିଞ୍ଜିଳିକାଟୁ ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ହିଞ୍ଜିଳିକାଟୁ ଅବ୍ଯବସ୍ଥା ଘେରରେ ରହିଥିଲେ ମଧ୍ଯ ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ଆଢୁଆଳରେ ରହିଆସୁଛି ବୋଲି ସ୍ଥାନୀୟ ଅଞ୍ଚଳରୁ କିଛି ଅଭିଭାବକଙ୍କ ଅଭିଯୋଗ ହେଉଛି । ଖବର ମୁତାବକ ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଜୈନିକ ଶିକ୍ଷୟିତ୍ରୀ ଜଣଙ୍କ ଦଶମ ଶ୍ରେଣୀର ଛାତ୍ରଙ୍କୁ ଗାଲକୁ ଚାପୁଡା ଚାପୁଡା ମାରିବା ଭଳି କଥାକୁ ଉକ୍ତ ବିଦ୍ଯାଳୟର ପ୍ରଧାନଶିକ୍ଷକ କିମ୍ବା ସହକାରୀ ପ୍ରଧାନଶିକ୍ଷକଙ୍କ ଅଗୋଚରରେ ରହିଯାଇଛି । ଏନେଇ ଜିଲ୍ଲା ଶିକ୍ଷା ବିଭାଗୀୟ ଅଧିକାରୀଙ୍କ ସହିତ ଫୋନରେ ଯୋଗାଯୋଗ କରିଥିଲେ ମଧ୍ୟ କିଛି ଉତ୍ତର ମିଳିନଥିଲା ବୋଲି ଅଭିଭାବକ ରଂଜିତ କୁମାର ପୋଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶିକ୍ଷାନୁଷ୍ଠାନକୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା ହୋଇଥିଲେ ମଧ୍ଯ ଛାତ୍ରଙ୍କୁ ମାଡ ଘଟଣାରେ ଶିକ୍ଷା ଅଧିକାରୀଙ୍କ ନୀରବତାକୁ ନେଇ ସମାଲୋଚନା ହେଉଛି । ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ମାନେ କିଭଳି ପାଠ ପଢୁଛନ୍ତି ନା ପଢା ସମୟରେ ବାହାରେ ବୁଲୁଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସଠିକ ଢଙ୍ଗରେ ଶିକ୍ଷା ଦାନ ନିୟମିତ କରୁଛନ୍ତି ନା ନାହିଁ ତାହା ବିଦ୍ଯାଳୟରେ ଲାଗିଥିବି ସିସିଟିଭି କୁ ଅନୁଧ୍ୟାନ କଲେ ସମସ୍ତ ତଥ୍ଯ ଜଣାପଡିବ ବୋଲି ଆଲୋଚନା ହେଉଛି। ଶିକ୍ଷାନୁଷ୍ଠାନ ପ୍ରତି ଜିଲ୍ଲା ପ୍ରଶାସନ ନଜର ଦେବାକୁ ଦାବି ହେଉଛି।

Leave A Reply

Your email address will not be published.