ବାଲିଗୁଡ଼ା,୦୯/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଣସପଡ଼ି ନିବାସୀ ଅବସର ପ୍ରାପ୍ତ ମ୍ୟାଲେରିଆ ଇନ୍ସସ୍ପେକ୍ଟର ବଂଶୀଧର ପଣ୍ଡା ଙ୍କ ୭୮ବର୍ଷ ବୟସରେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ଘଟିଛି। ସ୍ବର୍ଗତ ପଣ୍ଡାଙ୍କ ଜନ୍ମ ଗଞ୍ଜାମ ଜିଲ୍ଲାର ପୋଲସରା ଅଞ୍ଚଳରେ ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳ ବେଲଘର, ଲଙ୍କାଗଡ, ଝିରିପାଣି,ଗୁମା ଭଳି ବିଭିନ୍ନ ଅଞ୍ଚଳକୁ ଚାଲି ଚାଲି ଯାଇ ମ୍ୟାଲେରିଆ ନିରାକରଣ ସମ୍ପର୍କରେ ସଚେତନ କରିବା ସହ ଡି ଡି ଟି ଛିଞ୍ଚନ,ଔଷଧ ବଣ୍ଟନ ଭଳି ବିଭିନ୍ନ ଗୁରୁତ୍ବ ପୁର୍ଣ୍ଣ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁ ବେଳକୁ ତାଙ୍କ ପୁଅ ନିରାକାର ପଣ୍ଡା, ଝିଅ ନିଳୀମା ପଣ୍ଡା, ଜ୍ବାଇଁ ସନ୍ତୋଷ ମୁନିଙ୍କ ସମେତ ନାତୁଣୀ ମାନେ ଉପସ୍ଥିତ ଥିଲେ। ହିନ୍ଦୁ ରୀତିନୀତି ଅନୁସାରେ ଗାଁ ମଶାଣି ରେ ତାଙ୍କର ଅନ୍ତିମ ସଂସ୍କାର କରଯାଇଥିଲା ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Next Post