ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଦାବିପତ୍ର ପ୍ରଦାନ ।

0 263

ମାଲକାନଗିରି,୦୩/୧୧(ପିପିଟି): ମାଲକାନଗିରି ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସେମାନଙ୍କ ବିଭିନ୍ନ ଦାବି ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂଘର ସମ୍ପାଦକ ରବିନ୍ଦ୍ର ମହାରଣାଙ୍କ ଶତାଧିକ ଅବସରପ୍ରାପ୍ତ କର୍ମଚାରୀ ଏକ ଶୋଭା ଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲ।ଦାବିଗୁଡିକ ମଧ୍ୟରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀମାନଙ୍କୁ ମାସିକ ସ୍ୱାସ୍ଥ୍ୟ ଭତ୍ତା ସହ ସ୍ୱାସ୍ଥ୍ୟ ବୀମାଭୁକ୍ତ, ପୁରାତନ ପେନସନ୍ ଯୋଜନା ଲାଗୁ କରିବା, ଜାନୁଆରୀ ୨୦୨୦ ଠାରୁ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ସ୍ଥଗିତ ୧୮ ମାସର ବର୍ଦ୍ଧିତ ଭତ୍ତା ପ୍ରଦାନ, ୬୫ ବର୍ଷ ପରେ ଅତିରିକ୍ତ ଭତ୍ତା ପ୍ରଦାନ, ସର୍ବନିମ୍ନ ପେନସନ୍ ୮୩୦୦ ରୁ ୧୨ ହଜାରକୁ ବୃଦ୍ଧି,ସମସ୍ତ ବରିଷ୍ଠ ନାଗରିକମାନଙ୍କୁ ରେଲ ଜାତାୟତରେ ରିହାତି ପ୍ରଦାନ କରିବା ଇତ୍ୟାଦି ଦାବି କରିଛନ୍ତି। ଏଥିସହ ମାଲକାନଗିରି ଜିଲ୍ଲାରେ ଅବସରପ୍ରାପ୍ତ କର୍ମଚାରୀ ତଥା ବରିଷ୍ଠ ନାଗରିକ ମାନଙ୍କ ପାଇଁ ପ୍ରତି ମାସରେ ସ୍ୱାସ୍ଥ୍ୟ ପରୀକ୍ଷା ସହ ଉତ୍ତମ ଚିକିତ୍ସା ଯୋଗାଇଦେବା, ବ୍ୟାଙ୍କ ଗୁଡିକରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲିବା, ୮୦ ବର୍ଷରୁ ଉର୍ଦ୍ଧ୍ୱ ନାଗରିକ ମାନଙ୍କ ପେନସନ୍ ସେମାନଙ୍କ ଘରକୁ ଯାଇ ପ୍ରଦାନ କରିବା, ପୋଲିସ ବିଭାଗ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପରିଚୟ ପତ୍ର ପ୍ରଦାନ ଇତ୍ୟାଦି ଦାବିରେ ଉଲ୍ଲେଖ କରାଯାଇଛି। ଏହି ଦାବି ଅବସରପ୍ରାପ୍ତ ଉପଜିଲ୍ଲାପାଳ ରଥିକୃଷ୍ଣ ପାତ୍ର,ସଂଘର ସଭାପତି ସିମାଞ୍ଚଳ ପାଣିଗ୍ରାହି, ଉପ-ସଭାପତି ନବ ସାହୁ, ସହ ସମ୍ପାଦକ ସିମାଚଳ ପଣ୍ଡା,କୋଷାଧ୍ୟକ୍ଷ ମଦନ ମୋହନ ନାୟକ, ବାଲାରାଜୁ ପାଢିଙ୍କ ସହ ଅନ୍ଯାନ୍ଯ ସଦସ୍ୟମାନେ ଉପସ୍ଥିତ ଥିଲ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲାକନଗିରି)

Leave A Reply

Your email address will not be published.