ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ବିୟୋଗ; ସାନଦିଦି ଭାବେ ଥିଲେ ଛାତ୍ରଛାତ୍ରୀଙ୍କ ପ୍ରିୟ ।

0 296

ବେଲଗୁଣ୍ଠା,୦୭/୦୯(ପିପିଟି): ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ନୀରଦା ବାସିନୀ ପଟ୍ଟନାୟକଙ୍କ ୬୧ ବର୍ଷ ବୟସରେ ପରଲୋକ ଘଟିଛି । ସ୍ଵର୍ଗତା ପଟ୍ଟନାୟକ କିଛି ଦିନ ହେବ ବୋନ୍ କ୍ଯାନ୍ସର୍ ରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ସୋମବାର ରାତ୍ରି ୯ ଘଣ୍ଟା ୩୦ ମିନଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ସେ ଗତ ବର୍ଷ ମାର୍ଚ୍ଚ ମାସରେ ଭଞ୍ଜନଗର ଡି.କଇଠପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ । ସେ ଜଣେ ଛାତ୍ର ବତ୍ସଳା ଶିକ୍ଷୟିତ୍ରୀ ଥିଲେ । ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେ ସାନ ଦିଦି ଭାବେ ଛାତ୍ରଛାତ୍ରୀ ଏବଂ ସହକର୍ମୀଙ୍କ ଗହଣରେ ବେଶ ପରିଚିତ ଥିଲେ । ଆଜି ତାଙ୍କ ପାର୍ଥିବ ଶରୀରକୁ ବାଉଁଶଲୁଣ୍ଡି ସ୍ଥିତ ଶ୍ମଶାନକୁ ଆଣି ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କରି ମୃତ୍ୟୁରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମହଲରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପୂର୍ବତନ ସହକର୍ମୀଙ୍କ ସମେତ ଗାଙ୍ଗପୁର ଏବଂ ଢୁଢୁଆ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବହୁ ପୁରାତନ ଛାତ୍ରଛାତ୍ରୀ ଶୋକ ବ୍ୟକ୍ତ କରିଛନ୍ତି । ଶବ ସତ୍କାର ସମୟରେ ବାଉଁଶଲୁଣ୍ଡି ବାସୀ ସହଯୋଗ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.