ସୁବର୍ଣ୍ଣପୁର,୧୮/୧୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ମୁର୍ଷୁଣ୍ଢି ଗ୍ରାମରେ ଅବକାରୀ ବିଭାଗ ଚଢାଉ କରି ଝରିଆ ସାହୁ ନାମକ ଜଣେ ମହିଳାଙ୍କ ଘରୁ ୧୪ ଲିଟର ମଦ ଜବତ ସହ ଝରିଆଙ୍କୁ ଗିରଫ କରିଛି । ସେହିପରି ମସିଣାପାଲି ଗ୍ରାମର ଅନ୍ତର୍ଯ୍ୟାମୀ ବେହେରାଙ୍କ ଘରେ ଚଢାଉ କରି ୧୦ ଲିଟର ଦେଶି ରନ୍ଧା ମଦ ଜବତ କରିଥିବା ବେଳେ ଅନ୍ତର୍ଯ୍ୟାମିଙ୍କୁ ଗରିଫ କରିଥିଲା । ଉଭୟ ସ୍ଥାନରେ ବେଆଇନ ମଦ କାରବାର ଚାଲୁଥିବା ଖବର ପାଇ ସୋନପୁର ଅବକାରୀ ଅଧୀକ୍ଷଙ୍କ ନିର୍ଦ୍ଦେଶକ୍ରମେ ବୀରମହାରାଜପୁର ଅବକାରୀ ଇନ୍ସପେକ୍ଟର ସୁଧୀର ମିଶ୍ରଙ୍କ ନେତୃତ୍ବରେ ଚଢାଉ କରାଯାଇଥିଲା । ଗିରଫ ୨ ଅଭିଯୁକ୍ତଙ୍କୁ ବୀରମହାରାଜପୁର ଏସ୍ ଡି ଜେ ଏମ୍ କୋର୍ଟକୁ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏହି ଚଢାଉରେ ଏଏସଆଇ ବନମାଳୀ ରଣା, କୀର୍ତ୍ତନ ନାଏକ, ଡୋଳାମଣି ପଧାନ, ଗଣେଷ ଭୋଇ, ଚିତ୍ତରଞ୍ଜନ ଦାସ, ନମିତା ବାଦି ପ୍ରମୁଖ ସାମିଲ ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)