ଅବକାରୀ ବିଭାଗର ଚଢ଼ାଉ,ବ୍ୟାପକ ପରିମାଣର ବେଆଇନ ରନ୍ଧାମଦ ଜବତ ସହ ଜଣେ ଗିରଫ ।

0 368

ଉଲୁଣ୍ଡା,୨୭/୦୯(ରିପୋର୍ଟ); ଆଜିକାଲି ଗ୍ରାମାଞ୍ଚଳ ମାନଙ୍କରେ ବେଆଇନ ରନ୍ଧାମଦ କାରବାର ବୃଦ୍ଧି ଯୋଗୁଁ ସହଜରେ ଗାଁ ମାନଙ୍କରେ ଦେଶୀମଦ ଉପଲବ୍ଧ ହେଉଥିବାରୁ ଯୁବଗୋଷ୍ଠୀ ଲକ୍ଷଭ୍ରଷ୍ଟ ହେଉଥିବାର ଦେଖିବାକୁ ମିଳୁଛି ।ଫଳରେ ଗାଁ ତଥା ପେଇବାର ମାନଙ୍କରେ ଅଶାନ୍ତି ଦେଖାଦେଇଛି ।ଅନେକ ସମୟରେ ବାରମ୍ବାର ଚଢ଼ାଉ କରି ମଦ ଜବତ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ ମଧ୍ୟ କରାଯାଉଛି ।ତଥାପି ଚୋରା ଦେଶୀମଦ ବ୍ୟବସାୟୀ ଅନାୟାସରେ ଜଙ୍ଗଲ କୁ ନିରାପଦ ସ୍ଥାନ ଭାବି ଜଙ୍ଗଲ ମଝିରେ ଚୋରାରେ ମଦ ରାନ୍ଧୁଛନ୍ତି । ସେହିଭଳି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଏସ ପତ୍ରାପାଲି ଜଙ୍ଗଲରେ ଅବକାରୀ ବିଭାଗ ଚଢ଼ାଉ କରି ବ୍ୟାପକ ପରିମାଣର ମଦ,ପୋଚ ଓ ମଦ ରନ୍ଧା ସାମଗ୍ରୀ ଜବତ କରାଯିବା ସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ସାନବାହାଳିପଡାର ସୁଧୀର ଜୋଜୋ । ସୂଚନାନୁସାରେ ଏସ ପତ୍ରାପାଲି ଜଙ୍ଗଲରେ ମଦ ରାନ୍ଧୁଥିବା ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲେ । ସେଠାରୁ ୧୪୦ ଲିଟର ମଦ ଜବତ କରିବା ସହ ଜଣକୁ ଗିରଫ କରାଯାଇଥିବା ଜଣାପଡିଛି ।ତା ସହ ୮୦ କେଜି ମହୁଲ ପୋଚ ନଷ୍ଟ କରିବା ସହ ମଦ ରନ୍ଧା ଉପକରଣ ଜବତ କରିଛି ।ଘଟଣାରେ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷକ ସାମୁଏଲ ଏକ୍କା ଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଏଏସଆଇ ସବିତା ପଟନାୟକ, ବନମାଳୀ ରଣା,କୀର୍ତ୍ତନ ନାୟକ,ପିଣ୍ଟୁ ସାହୁ,ରବି ମାଝି,ପୃଥ୍ୱୀରାଜ କହଁର ପ୍ରମୁଖ ଚଢଉରେ ସାମିଲ ଥିଲେ । (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.