ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୩ଜଣ ଗିରଫ; ଜଣେ ଫେରାର : ତଦନ୍ତ ଅବ୍ୟାହତ ।

0 326

କନ୍ଧମାଳ,୦୨/୦୫(ପିପିଟି): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଜଣେ ନାବାଳିକାକୁ ଅପହରଣ କରିବା ପରେ ଦୁଷ୍କର୍ମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ଫେରାର ଥିବା ଜଣାପଡିଛି l ଏ ନେଇ ଫିରିଙ୍ଗିଆ ଥାନା ମାମଲା ନଂ ୫୩/୨୧ଧାରା ୩୬୩/୩୭୬/୬ ପୋକ୍ସ ଆକ୍ଟ ରେ ଗିରଫ କରି କୋର୍ଟକୁ ପଠାଇଛି ।ସୂଚନାଯୋଗ୍ୟ ଯେ ଏପ୍ରିଲ ୨୮ ତାରିଖ ରାତିରେ ନାବାଳିକା ଜଣଙ୍କ ଏକ ବିବାହ ଭୋଜିରୁ ଫେରିବା ସମୟରେ ତିନିଜଣ ବ୍ୟକ୍ତି ତାଙ୍କୁ ମୋଟର ସାଇକେଲରେ ଭ୍ରୁଙ୍ଗିଜୋଡି ନିକଟ ଜଙ୍ଗଲକୁ ଅପହରଣ କରିନେଇଥିଲେ। କିଛି ସମୟ ପରେ ଅନ୍ୟ ଜଣେ ପୁଅ ମଧ୍ୟ ଘଟଣାସ୍ଥଳକୁ ଆସି ତାଙ୍କୁ ବଳାତ୍କାର କରିଥିଲା। ସେହିଦିନ ରାତିରେ ଚାରିଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରି ଭୃଙ୍ଗିଜୋଡି ନିକଟରେ ଚେତାଶୂନ୍ୟ ଅବସ୍ଥାରେ ଛାଡିଥିଲେ। ଏପ୍ରିଲ ୩୦ ତାରିଖ ଦିନ ନାବାଳିକାଙ୍କ ପିତା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଅବ୍ୟାହତ ରଖି ରବିବାର ତିନି ଜଣ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇଥିଲେ। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ପ୍ରକାଶ କରିଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.