ଅପପୃଷ୍ଟି ସମ୍ବନ୍ଧୀୟ ସମୀକ୍ଷା ବୈଠକ ।

0 434

ପଦ୍ମପୁର,(ପିପିଟି)୧୨/୦୬, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅପପୃଷ୍ଟି ସମ୍ବନ୍ଧୀୟ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବରଗଡ ଜିଲ୍ଲା ଅତିରିକ୍ତ  ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ଏ.ଡି.ଏମ.ଓ) ଡାକ୍ତର ଦୈତ୍ୟ ନାରାୟଣ ପାଢ଼ି,ଡି.ଏନ.ଆର୍.ସି.ଏଚ୍ ଅଶୋକ କୁମାର ସାହୁ,ଉପଖଣ୍ଡ ଚିକିତ୍ସା ଧିକାରୀ ସୁପରିଷ୍ଟେଣ୍ଡେନ୍ ଡାକ୍ତର ତହସିଲ ସାହୁ ପ୍ରମୁଖ ଯୋଗଦାନ କରି ଅପପୃଷ୍ଟି ଏବଂ ତତ୍ ସମ୍ବନ୍ଧୀୟ  ନିରାକରଣ ଓ ଚିକିତ୍ସା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଗ୍ରାମାଞ୍ଚଳରେ  ଅପପୃଷ୍ଟି ଜନିତ ଶିଶୁ ମାନଙ୍କୁ ଚିହ୍ନଟ କରି ପୃଷ୍ଟି ସାଧନା ନିମନ୍ତେ ସରକାରଙ୍କ  ନିର୍ଦ୍ଦେଶାବଳୀ ଅନୁସାରେ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଥିବା ଅପପୃଷ୍ଟି ସାଧନାକେନ୍ଦ୍ରକୁ ପହଞ୍ଚାଇବା ସକାଶେ ବିଭିନ୍ନ ବ୍ଲକରୁ ଆସିଥିବା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ ମାନଙ୍କୁ ପରାର୍ମଶ ଦିଆଯାଇଥିଲା । ସରକାରଙ୍କ ନିର୍ଦେଶାନୁସାରେ କୋଭିଡ-୧୯ ନିୟମାବଳୀକୁ କଡାକଡି ଭାବରେ ଅନୁପାଳନ କରିବା ସହିତ ଜନସଚେତନତା ଜାଗ୍ରତ କରିବାକୁ ପରାମର୍ଶ ଦିଆଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ଚିକିତ୍ସାଳୟ ମ୍ୟାନେଜର ଦିବ୍ୟକୁମାର ମେହେରଙ୍କ ସହ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର,ସୁପରଭାଇଜର ଏବଂ ବିଭିନ୍ନ ବ୍କକରୁ ଆସିଥିବା ସି.ଡି.ପି.ଓ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.