ଅନ୍ୱେଷଣ ଟ୍ରଷ୍ଟର ଭର୍ଚୁଆଲ ବୈଠକ।

0 295

ବୋଲଗଡ଼,୦୩/୦୮(ପିପିଟି):ଅନ୍ୱେଷଣ ଟ୍ରଷ୍ଟର ଆନୁକୂଲ୍ୟରେ ଇତ୍ୟବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା ଚକ୍ରର ଶୀର୍ଷକ ଥିଲା ‘ଓଡ଼ିଶାର ନଦୀ ମାନଙ୍କ ରେ ବହିଯାଉଥିବା ବର୍ଷା ଜଳ ଓ ତାର ସଂରକ୍ଷଣ ?’ ଏଥିରେ ରିସୋର୍ସପର୍ସନ ଭାବରେ ପଞ୍ଚାନନ କାନୁନଗୋ (ପୂର୍ବତନ ଅର୍ଥମନ୍ତ୍ରୀ,ଓଡିଶାସରକାର),ପ୍ରଫେସର୍ ଅଦ୍ୱୈତ କୁମାର ପାତ୍ର, ଅଚ୍ୟୁତ ଦାସ୍ (ଅଗ୍ରଗାମୀର କର୍ଣଧାର),ଅବସରପ୍ରାପ୍ତ ମୁଖ୍ୟ ଇଂଜିନିୟର ମଦନମୋହନ ସାମନ୍ତରାୟ,ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ବିଭିର୍ନ ଜିଲ୍ଲାର ବହୁ ସ୍ବେଛାସେବୀ ସଂଗଠନର ପ୍ରତିନିଧି (ଯେଉଁ ମାନେ ନଦୀ,ଜଳ ଓ ପରିବେଶ ଉପରେ କାର୍ଯ୍ୟ କରୁଛନ୍ତି)ସେମାନେ ଦିର୍ଘଦିନ ର ଅନୁଭୂତିକୁ ବଖାଣି ଥିଲେ। ଭାଗନେଇଥିବା ବହୁତ ଛାତ୍ର ଛାତ୍ରୀ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଡଭୋକେଟ ବିଶ୍ୱୋଦୟ ମହାପାତ୍ର, ଇଂଜିନିୟର ସତ୍ୟନାରାୟଣ ସାମନ୍ତ, ସ୍ୱେଚ୍ଛାସେବୀ ମୋହନ ମହାରଣା,ଭାଗବତ ପାଢୀ, ସାମ୍ବାଦିକ ମହେଶ୍ୱର ସାହୁ,ଗଙ୍ଗାଧର ସାହୁ, ପଦ୍ମଜା ଦେବତା,ସ୍ୱାତୀ ମହାପାତ୍ର, ଛାତ୍ରୀ ଆର୍ୟ୍ୟା କୁମାରୀ ଶ୍ରମିଷ୍ଠା,ସାମ୍ବାଦିକ ବିଜୟଦାସ, କଳ୍ପତରୁ ପଣ୍ଡା,ସୁଶାନ୍ତ କୁମାର ପ୍ରଧାନ ଓ ଅନ୍ୟ ବୁଦ୍ଧିଜୀବୀ ଆଲୋଚନା ରେ ଭାଗ ନେଇ ନିଜର ମତ ରଖିଥିଲେ।ପରିଶେଷରେ ଇଂଜିନିୟର ସତ୍ୟନାରାୟଣ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.