ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ୧୦ ବର୍ଷର ଶିଶୁ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ।

0 334

ଛତ୍ରପୁର, ତା.୧୦/୦୫(ପିପିଟି); କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ବ୍ରହ୍ମପୁର ହାଉସିଂ ବୋର୍ଡରେ ଥିବା ୧୦ ବର୍ଷର ଶିଶୁ କୈଳାଶ ନାୟକଙ୍କ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଶିଶୁ ବିଭାଗରେ ମୃତ୍ୟୁ ଘଟିଛି । କରୋନାରେ ସଂକ୍ରମିତ ହୋଇ ଶିଶୁ ମୃତ୍ୟୁ ଗଞ୍ଜାମ ଜିଲ୍ଲାରେ ଏହା ସର୍ବ ପ୍ରଥମ । ହେମୋଫିଲିଆ (Haemophilia and Keposis) ରୋଗରେ ପୀଡିତ ଥାଇ ବହୁ ଦିନ ଧରି ସେ ଚିକିତ୍ସିତ ହେଉଥିଲେ । କୈଳାଶ ସଂକ୍ରମଣ ହେବା ଯୋଗୁଁ ତାଙ୍କର ଚିକିତ୍ସା ନିମନ୍ତେ ଡେଡିକେଟେଡ୍ କୋଭିଡ୍ ବସ୍ପିଟାଲ କୁ ଶନିବାର ଦିନ ନିଆଯାଇ ତାଙ୍କର ଚିକିତ୍ସା କରାଯାଉଥିଲା । ପରବର୍ତ୍ତି ପର୍ଯ୍ୟାୟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଲା, ତାଙ୍କୁ ବଞ୍ଚାଇବା ଦିଗରେ ଆପ୍ରାଣ ଚେଷ୍ଟା ଚାଲିଥିଲା । ରବିବାର ସଂଧ୍ୟା ୭ଘ.୪୦ମି. ସମୟରେ ତାଙ୍କର ଦେହାନ୍ତ ହୋଇଥିଲା । ପ୍ରଶାସନ ପକ୍ଷରୁ ନିବେଦନ, ଯେଉଁ ମାନେ ଗୁରୁତର ରୋଗରେ ପୀଡିତ ଥାଇ ଚିକତ୍ସିତ ହେଉଛନ୍ତି, ସେମାନେ ସମ୍ପୂର୍ଣ୍ଣ ରୂପେ ନିଜସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ସହ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତ ପ୍ରକାର ନୀତି ନିୟମ ଅନୁପାଳନ କରନ୍ତୁ ।

Leave A Reply

Your email address will not be published.