ଉଲୁଣ୍ଡା,୧୯/୦୫(ପିପିଟି): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷା ଫଳ ଗୁରୁବାର ସାରା ରାଜ୍ୟରେ ପ୍ରକାଶ ପାଇସାରିଥିବା ବେଳେ ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକରେ ଅନ୍ମେଷା ପାଢୀ ଏବଂ ବୀରମହାରାଜପୁର ବ୍ଲକରେ ବିଶ୍ଵରୂପା ସାହୁ ବ୍ଲକ ଟପ୍ପର ହୋଇଛନ୍ତି । ଉଲୁଣ୍ଡା ବ୍ଲକ ନିମ୍ନା ସରକାରୀ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ଅନ୍ମେଷା ପାଢୀ ୬୦୦ ମାର୍କ ରୁ ୫୪୮ ମାର୍କ ରଖି ଏ-୧ ଗ୍ରେଡ଼ ହାସଲ କରିଛନ୍ତି । ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ ରଖିଛନ୍ତି । ଅନ୍ମେଷା ବଢିଲା ଗ୍ରାମର ଗୋପାଳଦାସ ପାଢୀ ଏବଂ ଜୟଶ୍ରୀ ପାଢୀଙ୍କ ଝିଅ । ସେହିଭଳି ବୀରମହାରାଜପୁର ବାଳିକା ଉଚ୍ଚ ବିଦ୍ୟାଳୟର ବିଶ୍ଵରୂପା ସାହୁ ୯୨.୫ ଶତକଡା ନମ୍ବର ରଖି ଏ-୧ ଗ୍ରେଡ଼ ହାସଲ କରି ବୀରମହାରାଜପୁର ବ୍ଲକରେ ଟପ୍ପର ହୋଇଛନ୍ତି । ସେ ଉଫୁଲା ନିକଟସ୍ଥ ରଣାପାଲି ଗ୍ରାମର ସୁକାନ୍ତ ସାହୁ ଓ଼ ବନିତା ସାହୁଙ୍କ ଝିଅ ଅଟନ୍ତି । ଏହି ସଫଳତା ପାଇଁ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ। )