ଅନ୍ତିମ ପର୍ଯ୍ୟାୟରେ ସାନଖେମୁଣ୍ଡିର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ମନ୍ତ୍ରୀ ।

0 1,864

ସାନଖେମୁଣ୍ଡି,୧୮/୧୨(ପିପିଟି) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସଂସ୍କରଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶେଷ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆଜି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଲିଙ୍ଗୀ , କଙ୍କୋରଡ଼ା , କଉଡ଼ିଆ , ଡେଙ୍ଗାଡୀ ଏବଂ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତରେ ଆୟୋଜିତ ହୋଇଥିଲା । ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସଂଯୋଜନାରେ ପ୍ରତି ପଞ୍ଚାୟତସ୍ତରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ,ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ବିଜୟ କୁମାର ନାୟକ , ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସହ ସ୍ଥାନୀୟ ପଞ୍ଚାୟତ ଜନ ପ୍ରତିନିଧି ପ୍ରମୁଖ ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଏହି କ୍ରମରେ ପଞ୍ଚାୟତ ପକ୍ଷରୁ ଆୟୋଜିତ ସଚେତନା ସମାବେଶ ସରପଞ୍ଚଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଓ ଅତିଥି ସମୂହ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସାଧାରଣଙ୍କ ଉପଯୋଗିତାରେ ଆଦୃତ ସ୍ମାର୍ଟ ହେଲଥ କାର୍ଡର ଉପାଦେୟତା ସଂପର୍କରେ ଅବତାରଣା କରିଥିଲେ । ଖଲିଙ୍ଗି ପଞ୍ଚାୟତରେ ସରପଞ୍ଚ ମଧୁସ୍ମିତା ରାଉତ , କଙ୍କୋରଡ଼ାରେ ସରପଞ୍ଚ ପ୍ରଭାକର ପାଣିଗ୍ରାହୀ , କଉଡ଼ିଆରେ ସରପଞ୍ଚ ଜୟନ୍ତୀ ଖୁଣ୍ଟିଆଙ୍କ ସହ ସମିତି ସଭ୍ୟ ଅମିନ ପ୍ରଧାନ , ବିଜୁ ମହିଳା ଜନତା ଦଳ ବ୍ଲକ୍ ସଭାନେତ୍ରୀ ମମତା ପ୍ରଧାନ , ଡେଙ୍ଗାଡିରେ ସରପଞ୍ଚ ଶଶୀ ସ୍ବାଇଁ ଏବଂ ପାଇକ ରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ମମତା କୁମାରୀ ତ୍ରିପାଠୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥାଇ ସଭାକାର୍ଯ୍ୟ ପରିଚାଳନା ସହ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ । ଅନୁଷ୍ଠିତ ଆଜିର କାର୍ଯ୍ୟକ୍ରମରେ ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତଙ୍କ ସହ ଧରାକୋଟ ବ୍ଲକ୍ ଉପାଧ୍ୟକ୍ଷ ବଳବନ୍ତ ସିଂ, ଜିଲ୍ଲାପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ , ବିଜେଡି ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ , ବ୍ଲକ୍ ଉପାଧ୍ୟକ୍ଷ ଗୋବିନ୍ଦ ସ୍ବାଇଁ , ଧୋବା ସ୍ବାଇଁ , ବାବୁ ପ୍ରଧାନ , ସହଦେବ ପ୍ରଧାନ, ମାଧବ ରାଓ, ବୈଦ୍ୟନାଥ ସିଂ ଯୁବ ବିଜେଡିର ସନ୍ତୋଷ ବିଷୋୟୀ , ଚିନ୍ତାମଣି ତ୍ରିପାଠୀ ପ୍ରମୁଖ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କ ସହ ଅଞ୍ଚଳ ଜନସାଧାରଣ ଉପସ୍ଥିତ ରହିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.