ଅନ୍ତିମ ଦିନରେ ବିଜେଡ଼ିର ଜୋରଦାର ପ୍ରଚାର ।

0 2,949

ସାନଖେମୁଣ୍ଡି,୧୬/୦୨(ପିପିଟି): ଆଗାମୀ ୧୮ ତାରିଖରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ଦିନରେ ଆଡପଡା ଗ୍ରାମପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ସମିଷ୍ଟା ରାଉତ , ସମିତିସଭ୍ୟା ପ୍ରାର୍ଥୀନି ବବିତା ବାରିକ ଏବଂ ୬୧ ନମ୍ବର ଜୋନ୍ ର ବିଜୁ ଜନତା ଦଳର ଜିଲ୍ଲାପରିଷଦ ପ୍ରାର୍ଥୀ ଅମିନ ପ୍ରଧାନ ଆଡପଡା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମରେ ରୋଡ ସୋ ସହ ହଜାର ହଜାର ସମର୍ଥକଙ୍କ ସହ ପଦଯାତ୍ରା କରି ଭୋଟ ଭିକ୍ଷା କରିଥିଲେ । ଗ୍ରାମର ଉନ୍ନତି ମୁଳକ କାର୍ଯ୍ୟ ଧାରାକୁ ଆଗକୁ ବଢାଇବା ନିମନ୍ତେ ଲୋକ ମାନଙ୍କୁ ଅନୁରୋଧ କରିଥିଲେ ପୂର୍ବତନ ସରପଞ୍ଚ ତଥା ସାନଖେମୁଣ୍ଡି ବିଜେଡ଼ି ସଭାପତି ନୀଳମାଧବ ରାଉତ । ଆଜିର ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ , ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ , ଗଞ୍ଜାମ ଜିଲ୍ଲା ମହିଳା ସଭାନେତ୍ରୀ ସଘଂମିତ୍ରା ଦଳେଇ ଏବଂ ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତ , ପୂର୍ବତନ ସରପଞ୍ଚ ମୂରଲୀ ପ୍ରଧାନ,ପୂର୍ବତନ ସରପଞ୍ଚ ହଂସ ବାରିକ, ଶ୍ରୀହରି ବାରିକ ନିଜ ସମର୍ଥିତ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.