ରାୟଗଡା,୦୧/୦୫(ପିପିଟି); ଗୁଣପୁର ନୁଆଁ ବସଷ୍ଟାଣ୍ଡ ମୋଟର କର୍ମଚାରୀ ସଂଘ (AICCTU)ଓ ଗୁଣପୁର ବ୍ଲକ ଅନ୍ତର୍ଗତ ଲୁଗୁଂରୁତାଲ ଠାରେ ଅନ୍ତର୍ଜାତୀୟ ଶ୍ରମିକ ଦିବସରେ କୋରନା ଭୁତାଣୁ ଯୋଗୁଁ ସରକାରଙ୍କ ନିୟମକୁ ମାନି ପତାକା ଉତ୍ତୋଳନ କରିବା ସହ କମ୍ରେଡ଼ ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେମାଲ୍ୟାର୍ପଣ କରାଯାଇ ଥିଲା ।ଚିକାଗୋ ସହରରେ ୮ ଘଣ୍ଟା ଶ୍ରମଆଇନ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷଲକ୍ଷ ଲୋକମାନଙ୍କ ଆତ୍ମବଳିଦାନକୁ କେନ୍ଦ୍ରସରକାର ଶ୍ରମିକଶ୍ରେଣୀର ସ୍ୱାର୍ଥ ବିରୋଧରେ ବର୍ତ୍ତମାନ ପ୍ରଚଳିତ ଥିବା ୪୪ ଟି ଶ୍ରମ ଆଇନକୁ ବଦଳାଇ ଶ୍ରମିକମାନଙ୍କ ମୌଳିକ ଅଧିକାର ଉପରେ ଆକ୍ରମଣ କରିବାର ପ୍ରୟାସରେ ୪ ଟି ବୋର୍ଡକୁ ପ୍ରଚଳନ କରି ୧୩୪ ବର୍ଷ ତଳକୁ ଠେଲି ଦେବାକୁ ଚାହୁଁଛନ୍ତି। ଏଣୁ ଶ୍ରମିକଙ୍କ ମେହେନତିକୁ ସମ୍ମାନ ଦେଇ ନିମ୍ନ
ଦାବୀ ସମୁହକୁ କାର୍ଯ୍ୟକାରୀ କରିବା ଉଚିତ। କୋରନା ମହାମାରୀ ହେତୁ ଡାକ୍ତରଖାନା ରେ ବେଡ ଦୁରପାଇଁ ପଞ୍ଚାୟତର ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସରକାରୀ ମଣ୍ଡପ ଗୁଡିକୁ ଅସ୍ଥାୟୀ ଡାକ୍ତରଖାନାକରି ଡାକ୍ତରଓ ଅମ୍ଳଜାନର ବ୍ୟବସ୍ଥା କରାଯାଉ । ପ୍ରବାସୀ ଓ ଅଣ ସଙ୍ଗଠିତ ଶ୍ରମିକମାନଙ୍କୂ ମାସିକ ୭୫୦୦ ଟକାଂ ସହ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ। ୩ଟି କୃଷି ଅଧ୍ୟାଦେଶ ବିଲ ଓ ୨୦୨୦ ବିଦ୍ୟୁତ ସଂଶୋଧନ ବିଲ ବାତିଲ କରାଯାଉ। ୮ଘଣ୍ଟା ଶ୍ରମଆଇନକୁ କାର୍ଯ୍ୟକାରୀ କରି ୧୨ ଘଣ୍ଟା ଶ୍ରମ ଆଇନ ବାତିଲ କରାଯାଉ। ମାଲିକମାନଙ୍କ ସପକ୍ଷରେ ଶ୍ରମିକମାନଙ୍କର ଅଧିକାର ୪୪ଟି ଶ୍ରମ ଆଇନ ୪ଟି ଶ୍ରମବୋର୍ଡ ବାତିଲ କରାଯାଉ। ରାଷ୍ଠ୍ରlୟତ ସଂସ୍ଥାଗୁଡିକୁ ବହୁ ରାଷ୍ଟ୍ରୀୟ କମ୍ପାନିମାନଙ୍କୁ ବିକ୍ରି କରିବା ବନ୍ଦ କରାଯାଉ । ରେଳ,ପ୍ରତିରକ୍ଷା,ଶିଳ୍ପ, କୋଇଲା,ଏୟାର ଇଣ୍ଡିଆ,ଏଲଆଇସି, ବିଏସଏନଏଲ ଓ ବ୍ଯାଙ୍କକୁ ଘରୋଇକରଣକୁ ବାତିଲ କରାଯାଉ।
(ରିପୋର୍ଟ- ନବୀନ ନାୟକ ବେହେରା ।)