ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ।

0 263

ବ୍ରହ୍ମପୁର,୦୮/୦୩(ପିପିଟି): ୦୮ ମାର୍ଚ୍ଚ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅଖିଳ ଭାରତୀୟ କ୍ରାନ୍ତିକାରୀ ମହିଳା ସଂଗଠନ ର ଗଞ୍ଜାମ ଜିଲ୍ଲା ଆବାହକ ପେଦିନୀ ପାର୍ବତୀ ଓ ମାନବ ଅଧିକାର ସୁରକ୍ଷା ମଞ୍ଚ ର ସସ୍ମିତା ବେହେରାଙ୍କ ନେତୃତ୍ବରେ ଆଜି ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଗତିଶୀଳ, ସଚେତନ ଓ ସାମାଜିକ ମହିଳା କର୍ମୀଙ୍କ ସମେତ ନରେଗା ଓ ନିର୍ମାଣ ଶ୍ରମିକମାନେ ଯୋଗ ଦେଇଥିଲେ । ପୁରୁଷ ପ୍ରାଧାନ୍ୟ, ପୁଞ୍ଜିବାଦୀ ବ୍ୟବସ୍ଥା, କର୍ପୋରେଟ ଫାସିବାଦ ଓ‌ ସାମ୍ପ୍ରଦାୟିକ ରଣ ନୀତି ବିରୁଦ୍ଧରେ ସଂଘର୍ଷ କରି ସମାଜବାଦ ବ୍ୟବସ୍ଥା ପ୍ରତିଷ୍ଠା କଲେ ହିଁ ମହିଳା ଙ୍କ ପ୍ରକୃତ ମୁକ୍ତି ହୋଇପାରିବ ବୋଲି ପେଦିନୀ ପାର୍ବତୀ ମତ ପୋଷଣ କରିଥିଲେ । ସମାନ କାମକୁ ସମାନ ମଜୁରୀ, ନାରୀ ହିଂସାକୁ ରୋକିବା, ମଦକୁ ସଂପୂର୍ଣ୍ଣ ନିଷିଦ୍ଧ, ଯୈାତୁକ ଜନିତ ହତ୍ୟା ବନ୍ଦ, ନରେଗା ଶ୍ରମିକଙ୍କୁ ବଞ୍ଚିବା ଯୋଗ୍ୟ ମଜୁରୀ, କନ୍ୟା ଭ୍ରୁଣ ହତ୍ୟା ବନ୍ଦ, ମହିଳା ବିରୋଧୀ ନୀତି ପ୍ରତ୍ୟାହାର, ମହିଳା କୃଷକଙ୍କୁ ଚାଷୀର ମାନ୍ୟତା, ବୁଲିବାଇ ଓ ସୁଲିଡିକ୍ସ ମହିଳା ବିରୋଧୀ ଆପକୁ ବ୍ୟାନ‌ କରିବା, ହିଜାବକୁ ପିନ୍ଧିବା ପାଇଁ ବିରୋଧ ବନ୍ଦ କରୁଥିବା ସଂଗଠନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସମସ୍ତଙ୍କୁ ମୁକ୍ତ ଓ ଗୁଣାତ୍ମକ ଶିକ୍ଷା, ମହିଳାଙ୍କୁ ବଜାର ପଣ୍ୟଦ୍ରବ୍ୟ କରିବା ବନ୍ଦ, ଦୟାରେ ନୁହେଁ ପ୍ରକୃତ ରାଜନୈତିକ ଅଧିକାର, ୪ ଟି ଶ୍ରମ କୋଡ଼ ପ୍ରତ୍ୟାହାର ଆଦି ନାରା ଦେଇ ମହିଳା ମାନଙ୍କ ଏକତାକୁ ମଜବୁତ କରି ମୁକ୍ତି ର ରାସ୍ତା କୁ ପ୍ରଶସ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ପ୍ରଗତିଶୀଳ ମହିଳା ସଂଗଠନ ର ଶୁଶୀଳା ଦଳ ବେହେରା ଏବଂ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନର ବବିତା ସେଠୀ, ପଦ୍ମା ପାତ୍ର, ସରସ୍ଵତୀ ପାତ୍ର, ଜ୍ୟୋସ୍ନା ସେଠୀ, ସାମାଜିକ କର୍ମୀ ଅବନୀ ଗୟା, ଶଙ୍କର ସାହୁ, ଗଗନ ଚନ୍ଦ୍ର ମଲ୍ଲିକ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.