ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ପାଇଁ ୩୧କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ୧୫୩୬ହେକ୍ଟର ଜମିକୁ ଜଳଯୋଗାଣ ।

0 340

ଭଞ୍ଜନଗର,୦୬/୦୭(ପିପିଟି); ଭଞ୍ଜନଗର ବ୍ଲକ ଢୋଲପିଟା ଠାରେ ଚାଷୀ ଓ ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ଜଳ ସେଚନ ଓ ପାନୀୟ ଜଳଯୋଗାଣ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ବଡ଼ନଦୀ ଉପରେ ଏକ ଅନ୍ତଃ ନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ଜଙ୍ଗଲ,ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।ତୁରୁମୁ, ଗାଲେରୀ ଓ ବ୍ରାହ୍ମଣ ପଦର ପଞ୍ଚାୟତର ଜନସାଧାରଣ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବି ଜଣେଇଥିଲେ। ଢୋଲପିଟା ଠାରେ ଏକ ଅନ୍ତଃ ନଦୀ ଜଳାଶୟ ନିର୍ମାଣ ହେବା ଦ୍ୱାରା ଖରାଦିନେ ସେଠାରେ ଜଳ ଗଛିତ ହୋଇ ରହିବ। ସେଠାରେ ନିର୍ମାଣଧିନ ମେଗା ଲିଫ୍ଟ ପ୍ରକଳ୍ପ ଜରିଆରେ ଜମିକୁ ଜଳସେଚନ, ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ, ଖରାଦିନେ ମାର୍ଚ୍ଚ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଏହି ୩ଟି ପଞ୍ଚାୟତ ରେ ଜଳ ସମସ୍ୟା ଦୂର ହୋଇପାରିବ। ତେଣୁ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ୩୧କୋଟି ଟଙ୍କା ମଞ୍ଜୁର କରିଛନ୍ତି।ଆସନ୍ତା ସେପ୍ଟେମ୍ବର ମାସ ପରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯଥାଶୀଘ୍ର ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ୩ଟି ପଞ୍ଚାୟତର ୧୫୩୬ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଆରୁଖ କହିଛନ୍ତି। କୃଷି ଉପରେ ନିର୍ଭର କରୁଥିବା ବହୁ ଚାଷୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଯଥାଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ପାଇଁ ଅନୁରୋଧ କରିଛନ୍ତି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.