ଅନୁପସ୍ଥିତ ଶିକ୍ଷୟତ୍ରୀଙ୍କ ଦରମା ବିଲ୍ କରି ସିଆରସିସି ଓ ବିଇଓ ହରଡାଘଣାରେ।

0 3,036

ବ୍ରହ୍ମପୁର,୦୨/୧୧(ପିପିଟି); କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ହେଡକ୍ବାଟରରେ ରହିବା ପାଇଁ ଗଞ୍ଜାମ ଜିଲ୍ଲା ପାଳ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଧିକାଂଶ ଶିକ୍ଷକ ଓ ଶିକ୍ଷୟତ୍ରୀ ନିର୍ଦ୍ଦେଶ ନମାନି ନିଜର ଘରକୁ ପଳାଇଯାଇଥିଲେ। ସେମାନେ ସିଆରସିସି ଓ ବିଇଓ ମାନଙ୍କୁ ଧରି ଏହି ଭଳି ସୁଯୋଗର ଅପବ୍ଯବହାର କରିଥିବା ଦେଖିବାକୁ ମିଳିଛି। ଏହି ଭଳି କିଛି ଶିକ୍ଷକ ଙ୍କୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ଶୁଣିବାକୁ ମିଳୁଛି। ପିପିଟି ନ୍ଯୁଜ୍ ଅନୁସନ୍ଧାନରୁ ବେଗୁନିଆପଡା ବିଇଓଙ୍କ କାରନାମା ପଦାରେ ପଡିଛି। ବେଗୁନିଆପଡା ବିଇଓଙ୍କ ଅଧିନସ୍ଥ ୟୁପିଏସ ମର୍ଦ୍ଦକୋଟ ଶିକ୍ଷୟତ୍ରୀ ପ୍ରାୟ ୬ମାସ ଧରି ଅନୁପସ୍ଥିତ ଥିବା ବେଳେ ତାଙ୍କର ନିୟମିତ ଦରମା ବିଲ୍ କରାଯାଇଛି। ମାତୃତ୍ବ ଛୁଟି ଦରଖାସ୍ତ ମଧ୍ୟ ଦେଇ ନଥିବା ଶୁଣିବାକୁ ମିଳୁଛି। ଏହି ଘଟଣା ସମ୍ପର୍କରେ ଆମେ ପ୍ରଥମେ ବିଇଓ କମଳ କାନ୍ତ ସାହୁଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ କଥା ବୁଲାଇବଙ୍କାଇ କହିଲେ ସେ ଅଫିସ୍ ଗଲେ ସୋମବାର ଦିନ ଫାଇଲ୍ ଦେଖି କହିବି । ସିଆରସିସି ରବି ନାରାୟଣ ଶତପଥୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲୁ କିନ୍ତୁ ତାଙ୍କର ଉତ୍ତର ସନ୍ଦେହ ଜନକ ଥିଲା। ସଙ୍ଗେ ସଙ୍ଗେ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ସଂପୃକ୍ତ ଶିକ୍ଷୟତ୍ରୀ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିଛନ୍ତି। ଶିକ୍ଷୟତ୍ରୀଙ୍କ ଅନୁପସ୍ଥିତ ସଂପର୍କରେ ରିପୋର୍ଟ ଦେବା ସ୍ବତ୍ତେ ମଧ୍ୟ ତାଙ୍କର ଦରମା ବିଲ୍ କରାଯାଇଛି। ଏହି ଭଳି ବେଗୁନିଆପଡା ଅଞ୍ଚଳରେ ଅଧିକାଂଶ ଶିକ୍ଷକ ଓ ଶିକ୍ଷୟତ୍ରୀ ଅନୁପସ୍ଥିତ ଥାଇ ଦରମା ବିଲ୍ କରାଯାଇଛି ବୋଲି ଚର୍ଚ୍ଚା ଚାଲିଛି। ସୋମବାର ଦିନ ଅପରାହ୍ନ ୪ ଟା ସମୟରେ ଡିଇଓଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ଡିଇଓ ମଧ୍ୟ ପୃଥକ ପୃଥକ ଭାବରେ ପ୍ରଧାନ ଶିକ୍ଷକ,ସିଆରସିସି ଓ ବିଇଓଙ୍କ ସହ ଆଲୋଚନା କରିଥିଲେ ଏବଂ ଘଟଣା ସମ୍ପର୍କରେ ତାଗିଦ୍ କରିବା ସହିତ ଲିଖିତ ଆକାରରେ କୈଫତ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ମର୍ଦ୍ଦକୋଟ କ୍ଲଷ୍ଟରରେ ଏପର୍ଯ୍ୟନ୍ତ ଛାତ୍ର ଓ ଛାତ୍ରୀଙ୍କୁ ଉଜ୍ଜଳ ଉତ୍ଥାନ ପାଠ୍ୟପୁସ୍ତକ ବଣ୍ଟନ ହୋଇନଥିବା ଶୁଣିବାକୁ ମିଳୁଛି। ଏହି ଭଳି ଦାୟିତ୍ବ ହୀନତା ଓ ମନମୁଖୀ କାରବାର ଯୋଗୁଁ ଶିକ୍ଷା ବ୍ଯବସ୍ଥା ଭୁଶୁଡି ପଡୁଛି। କିଛି ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀ ଅର୍ଥରେ ବିଇଓଙ୍କ ମୌଜମଜଲିସ୍ ଚାଲିଥିବା ନେଇ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି। ଦେଖାଯାଉ ପ୍ରଶାସନ ଓ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ କେବେ।

Leave A Reply

Your email address will not be published.