ଅନାଥ ଶିଶୁଙ୍କ ଥଇଥାନ ପାଇଁ ବୈଠକ ।

0 468

ଦିଗପହଣ୍ଡି,୧୨/୦୩(ପିପିଟି);ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଘୋଡାହାଡ଼ ପାଣି ପଞ୍ଚାୟତ ବୈଠକ ଗୃହରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ୱରା ବ୍ଲକର ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶିଶୁ ମଙ୍ଗଳ ସମିତି ଗଞ୍ଜାମର ଏକ୍ସପର୍ଟ ମେମ୍ବର ଡ଼ ଶ୍ୟାମାକାନ୍ତ ଜେନା ପୂର୍ବରୁ ଚିହ୍ନଟ କରାଯାଇଥିବା ୨୫ ଗୋଟି ପଞ୍ଚାୟତ ଓ ଗୋଟିଏ ଏନ.ଏ.ସି ରୁ ଆସିଥିବା ୭୯ ଅନାଥ ଶିଶୁ ମାନଙ୍କୁ ଧନ୍ଦାମୂଳକ ତାଲିମ, ସରକାରୀ ପୃଷ୍ଟପୋଷକ, ଆବାସ ଯୋଜନା, ରାସନ କାର୍ଡ ସହ ଆନୁଷ୍ଠାନିକ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଦିଗରେ ଆଲୋଚନା କରାଯାଇଥିଲା । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁଯୌନ ନିର୍ଯାତନା ତଥା ବିପଦ ସଙ୍କୁଳ ପରିସ୍ଥିତିରେ ଥିବା ଶିଶୁ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ପୁଷ୍ପାଞ୍ଜଳି ଶତପଥୀ, ଉପସ୍ଥିତ ସମସ୍ତ ସୁପର ଭାଇଜର ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଶିବ ପ୍ରସାଦ ରଥ ପରିଚାଳନା କରିଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅରୁଣା ର ଦେବୀଦତ୍ତ ରଥ, ବ୍ଲକର ମହିଳା ପରିଦର୍ଶିକା ସଞ୍ଜୁଲତା ପାଣିଗ୍ରାହୀ,ଭାଗ୍ୟଲତା ପାତ୍ର, ଶାନ୍ତିଲତା ଶତପଥୀ ଓ ମମତା ପଣ୍ଡା ପ୍ରମୁଖ ସହାୟତା କରିଥିଲେ ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.