ଅନାଥ ଶିଶୁଙ୍କ ଥଇଥାନ ପାଇଁ ବେଗୁନିଆପଡା ବ୍ଳକରେ ବୈଠକ ଅନୁଷ୍ଠିତ ।

0 530

କୋଦଳା,୦୪/୦୩(ପିପିଟି); ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଓଏଲଏମ ବୈଠକ ଗୃହରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ପ୍ରଚେଷ୍ଟାରେ ବ୍ଲକର ଯତ୍ନ ଓ ସୁରକ୍ଷା ଲୋଡୁଥିବା ଅନାଥ ଶିଶୁଙ୍କ ଉତ୍ତମ ଭବିଷ୍ୟତ ଗଠନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ସମିତି ଗଂଜାମର ଏକ୍ସପୋର୍ଟ ମେମ୍ବର ଡଃ ଶ୍ୟାମାକାନ୍ତ ଜେନା ପୂର୍ବରୁ ଛିହ୍ନଟ କରାଯାଇଥିବା ୨୩ ଗୋଟି ପଞ୍ଚାୟତ ଓ କୋଦଳା ଏନ୍ଏସି ରୁ ଆସିଥିବା ଅନାଥ ଶିଶୁ ମାନଙ୍କୁ ଧନ୍ଦାମୂଳକ ତାଲିମ, ସରକାରୀ ପୃଷ୍ଟପୋଷକ, ଆବାସ ଯୋଜନା, ରାସନ କାର୍ଡ ସହ ଆନୁଷ୍ଠାନିକ ଯତ୍ନ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଦିଗରେ ଆଲୋଚନା କରିଥିଲେ । ଶିଶୁ ଅଧିକାର କିଭଳି ସୁରକ୍ଷିତ ରହିପାରିବ ସେ ଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ କହିଥିବା ବେଳେ କିଭଳି ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସାଧାରଣ ଜନତା ପାଇପାରିବେ ସେ ଦିଗରେ ବ୍ଲକର ସମସ୍ତ ସରକାରୀ ବିଭାଗ ତତ୍ପର ହେବା ଆବଶ୍ୟକ ବୋଲି କହିଥିଲେ । ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ଶିଶୁଯୌନ ନିର୍ଯାତନା ତଥା ବିପଦ ସଂକୁଳ ପରିସ୍ଥିତିରେ ଥିବା ଶିଶୁ ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣୀ ସଂଧ୍ୟାରାଣୀ ପାଣିଗ୍ରାହୀ ସମସ୍ତ ସୁପର ଭାଇଜର ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାମେଶ୍ୱର ପରିଡା ପରିଚାଳନା କରିଥିବା ବେଳେ ଅଙ୍ଗନୱାଡି ସୁପରଭାଇଜର,କର୍ମୀ,ସ୍ଵେଚ୍ଛାସେବୀ ଅନୁଷ୍ଠାନ ଅରୁଣା ର ଦେବୀଦତ୍ତ ରଥ, ପ୍ରମୋଦ ଜେନା, ଗୀତାଞ୍ଜଳି ଦାସ, ରଂଜିତା କୁମାରୀ ବିଷୋୟୀ,ତପସ୍ୱିନୀ ସେନାପତି ପ୍ରମୁଖ ସହାୟତା କରିଥିଲେ । ଏଥିରେ ପ୍ରାୟ ୭୦ ରୁ ଉର୍ଦ୍ଧ୍ଵ ଅନାଥ ଶିଶୁ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି ।

(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ। )

Leave A Reply

Your email address will not be published.