ମାଲକାନଗିରି,୦୭/୧୧(ପିପିଟି): ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ବାଇଁଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି ।ଡ଼ଃ ସ୍ବାଇଁ ଭାରତୀୟ ଉଚ୍ଚ ଅଧ୍ୟୟନ ସଂସ୍ଥା ଦ୍ୱାରା ମନୋନୀତ ହୋଇ ଏକ ମାସ ପାଇଁ ହିମାଚଳ ପ୍ରଦେଶ ସ୍ଥିତ ସିମିଳା ଠାରେ ଆୟୋଜିତ ଗବେଷଣା ଜନିତ କର୍ମଶାଳାରେ ଅଂଶ ଗ୍ରହଣ କରି ମାଲକାନଗିରି ଜିଲ୍ଲାରେ କିପରି ଦାରିଦ୍ର୍ୟ ଦୂରୀକରଣ କରାଯାଇ ପାରିବ ସେ ସମ୍ପର୍କରେ ଏକ ଉଚ୍ଚ କୋଟିର ସନ୍ଦର୍ଭ ପାଠ କରି ଉଚ୍ଚ ପ୍ରଶଂସିତ ହୋଇଥିବାରୁ ପ୍ରଫେସର ପ୍ରବୀନ କୁମାର ଚୁବେ ,ନିର୍ଦ୍ଦେଶକ ତଥା କୁଳପତି, ଇନ୍ଦିରା ଗାନ୍ଧି ମୁକ୍ତ ବିଦ୍ୟାଳୟର ପ୍ରଫେସର ଏନ .ନାଗେଶ୍ୱର ରାଓ ତାଙ୍କୁ ସିମିଳା ସ୍ଥିତ ରାଷ୍ଟ୍ରପତି ଭବନରେ ମାନପତ୍ର ସହ ପୁରସ୍କୃତ କରିଥିଲେ।ଡ଼ଃ ସ୍ବାଇଁ ମାଲକାନଗିରି ଜିଲ୍ଲାକୁ ଗୌରବାନିତ୍ୱ କରିଥିବାରୁ ମହାବିଦ୍ୟାଳୟରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଗଣ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)