ଅଦିନିଆ ବର୍ଷାରେ ବେଲଗୁଣ୍ଠାର ତିନି ନଦୀର ଜଳସ୍ତର ବୃଦ୍ଧି; ଧୋଇଗଲା ଡ଼ାଇଭର୍ସନ ପୋଲ ।

0 308

ବେଲଗୁଣ୍ଠା,୧୪/୧୧(ପିପିଟି ): ଅଦିନିଆ ଲଗାଣ ବର୍ଷା ଯୋଗୁଁ ବେଲଗୁଣ୍ଠା ବ୍ଳକ୍ ରେ ପ୍ରବାହିତ ବଡ଼ନଦୀ,ବୋଡ଼ା ନଦୀ ଏବଂ ଲୋହରା ଖଣ୍ଡି ନଦୀରେ ଜଳ ସ୍ତର ବଢ଼ି ଚାଲିଛି । କିଛି ଦିନ ହେବ ନଦୀ ଗୁଡ଼ିକ ଶୁଖିଲା ପଡ଼ିଥିବା ବେଳେ ହଠାତ୍ ବର୍ଷା ଯୋଗୁଁ ନଦୀ ଗୁଡ଼ିକରେ ମାତ୍ରାଧିକ ଜଳ ଆସିବା ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସୂଚନା ପ୍ରକାରେ ବୋଡ଼ା ନଦୀରେ ସର୍ବାଧିକ ଜଳ ଆସି ଆଜି ସକାଳେ ନିର୍ମାଣାଧୀନ ଚଢିଆପଲ୍ଲୀ ସେତୁ ନିକଟସ୍ଥ ଡ଼ାଇଭର୍ସନ ପୋଲ ଉପରେ ପ୍ରବାହିତ ହେବା ଯୋଗୁଁ ବେଲଗୁଣ୍ଠା ଏବଂ ବାଲିପଦର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ଯୋଗୁଁ କିଛି ସମୟ ପାଇଁ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ଅପରାହ୍ନରେ ଜଳ ସ୍ତର ଟିକେ କମିଥିଲେ ମଧ୍ୟ ଏହି ରାସ୍ତା ଦେଇ ମୋଟରସାଇକେଲ୍ ବ୍ୟତୀତ ଅନ୍ୟ କୌଣସି ବଡ଼ ଗାଡ଼ି ଯାଇପାରୁନାହିଁ । ପ୍ରକାଶ ଥାଉକି ଏହି ପୋଲଟି ଦୀର୍ଘଦିନ ହେବ ନିର୍ମାଣାଧୀନ ଥିଲେ ମଧ୍ୟ ପ୍ରଶାସନିକ ଉଦାସୀନତାରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନି । ଫଳରେ ଅଳ୍ପ ବର୍ଷା ହେଲେ ମଧ୍ୟା ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ପୋଲଟିର ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ଅଞ୍ଚଳବାସୀ ବାରମ୍ବାର ଦାବୀ କରିଆସୁଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.