ଅତ୍ୟାଧୁନିକ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ।

0 555

ହିଞ୍ଜିଳିକାଟୁ,୧୯/୪(ପିପିଟି): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ୱାର୍ଡ଼ ନଂ ୧୯ କହ୍ନେଇ ମାର୍ଗ ଠାରୁ ଗୋପବନ୍ଧୁ ମାର୍ଗ ପର୍ଯ୍ୟନ୍ତ ନାଳ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ନାଗରିକ ସୁଚନା ଫଳକ ଅନୁଯାୟୀ ଠିକାଦାର ବାଉରିବନ୍ଧୁ ଖଟାଇ ଅତ୍ୟାଧୁନିକ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ କରୁଥିବା ଜଣାପଡିଛି । ଜନସାଧାରଣଙ୍କ ସୁବିଧା ଓ ଗମନା ଗମନରେ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ଓ ନାଳ ନିର୍ମାଣ କରୁଛନ୍ତି । ଯୋଜନା ପରେ ଯୋଜନା ଆଣି ସହରାଞ୍ଚଳର ନାଳ ଓ ରାସ୍ଥାଗୁଡ଼ିକୁ ସେଥିରେ ସାମିଲ କରାଯାଇଛି । ବିଭିନ୍ନ ସମୟରେ ବିଭାଗୀୟ ଉଦାସୀନତା ଓ ଅଧିକାରୀଙ୍କ ଠିକାଦାର ପ୍ରିତି ଯୋଗୁଁ ଯୋଜନା ଗୁଡିକ ସଫଳ ରୂପାୟନ ହୋଇପାରୁନଥିବା ଅଭିଯୋଗ ହୋଇଛି । ଅତ୍ୟାଧୁନିକ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟରେ ସାମିଲ ହୋଇଛି, ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଔର୍ଡ ନଂ ୦୯ ଓ ୱାର୍ଡ଼ ନଂ ୧୯ ଓ ୧୪ । ନିର୍ମାଣ କାର୍ଯ୍ୟରେ ମାତ୍ରାଧିକ ଅନିୟମିତତା ହୋଇଥିବା ଦେଖିବାକୁ ମିଳିଛି । ରାସ୍ତା ଓ ନାଳ ନିର୍ମାଣ ନିମନ୍ତେ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କ ଭିତିରିଆ ଭିତିରିଆ ବୁଝାମଣାରେ ସବୁ ଟଙ୍କା ଆତ୍ମସାତ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ୱାର୍ଡ଼ ନଂ ୧୯ ର କାଉନସିଲର ବସନ୍ତ କୁମାର ଵେହେରା ନିଜ ୱାର୍ଡ଼ ଵୁଲି କାର୍ଯ୍ୟ ତଦାରଖ କରୁଥିଲେ। ଠିକାଦାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପାନୀୟ ଜଳ ଯୋଗାଣ ହେଉଥିବା ପାଇପ ଫାଟି ପାଣି ରାସ୍ତାରେ ଜମୁଥିବା ନେଇ ଠିକାଦାର କ୍ୟାମ୍ପରେ ଓ ବିଭାଗୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ଫଳ କିଛି ମିଲିଲାନାହି। ଗତ କିଛିଦିନ ତଳେ ଉକ୍ତ ଅଞ୍ଚଳରେ ଝାଡାବାନ୍ତି ଓ ହଇଜା ବ୍ୟାପି କାଉନସିଲରଙ୍କ ସମେତ ଵହୁ ଜନସାଧାରଣ ଆକ୍ରାନ୍ତ ହୋଇ ହିଞ୍ଜିଳିକାଟୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଏ ନେଇ କାଉନସିଲର ଶ୍ରୀ ଵେହେରା ଠିକାଦାର କ୍ୟାମ୍ପରେ ଅଭିଯୋଗ ପରେ କାଉନସିଲର ଓ ୱାର୍ଡ଼ ବାସିନ୍ଦାଙ୍କୁ ଅସଭ୍ୟ ବ୍ୟବହାର କରୁଥିବା ନେଇ ୱାର୍ଡ଼ ଵାସିନ୍ଦା ମଙ୍ଗଳବାର ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପୋଲେଇଙ୍କୁ ନିମ୍ନମାନର କାର୍ଯ୍ୟ ଓ ଭିଜିଲାନ୍ସ ତଦନ୍ତ ନିମନ୍ତେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ପତ୍ରରେ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରାସ୍ତା ନିର୍ମାଣ କରିବାକୁ କାଉନସିଲର କହିଛନ୍ତି ।ଅନ୍ୟପଟେ ନାଳ ନିର୍ମାଣ କରିବାର ଆରମ୍ଭରୁ ହିଁ ନିମ୍ନମାନର କାର୍ଯ୍ୟ ସମ୍ପାଦନା ଓ ରାସ୍ତା ନିର୍ମାଣରେ ବହୁ ବିଳମ୍ବ କରିଥିବା ବେଳେ, କଙ୍କ୍ରିଟ ମିଶ୍ରଣ ଓ ଲୁହାଛଡ ଯୋଡିବାରେ ଏକ ଫୁଟ ବ୍ୟବଧାନରେ ବନ୍ଧା ହୋଇଥିବା ଭିଡିଓ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଦେଖିବାକୁ ମିଳିଛି। କାର୍ଯ୍ୟରେ ଯେଉଁ ମାତ୍ରାରେ ପାଣି ଦିଆଯିବା କଥା ସେତିକି ପାଣି ଦିଆଯାଇନାହିଁ । ନିମ୍ନ ମାନର କାର୍ଯ୍ୟ କରି କୋଟି କୋଟି ଟଙ୍କାକୁ ସମସ୍ତ ଅଧିକାରୀ ମିଳିମିଶି ଖାଇ ଯାଇଥିବା ୱାର୍ଡ଼ ବାସୀ ଅଭିଯୋଗ କରିଛନ୍ତି । ନିମ୍ନମାନର ନାଳ ନିର୍ମାଣ ହେଉଥିବାରୁ ଭିଜିଲାନ୍ସ ତଦନ୍ତ କରିବାକୁ ୱାର୍ଡ଼ ବାସୀ ଦାବି କରିଛନ୍ତି । ବିଭାଗ ଦ୍ବାରା ନିର୍ମାଣ କରାଯାଇଥିବା ରାସ୍ତା ନିର୍ମାଣ ହୋଇ ନାହିଁ ନାଳ କାର୍ଯ୍ୟର ମାନ ନିରୂପଣ କରାଗଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ହଇରାଣ ହେଉଛନ୍ତି ସ୍ମାର୍ଟ ରୋଡ ଓ ନାଳ ର ସ୍ଵପ୍ନ ଦେଖୁଥିବା ୱାର୍ଡ଼ ବାସୀ। ଏହି ରାସ୍ତା ଦେଇ ଵିଭିନ୍ନ ୱାର୍ଡ଼ ର ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟରେ ପ୍ରତିଦିନ ଯିବା ଆସିବା କରିଥାନ୍ତି । କିନ୍ତୁ ଅଦ୍ୟାବଧି କାମ ସରୁନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୫୦ପ୍ରତିଶତ କାର୍ଯ୍ଯ ସରିନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ଭିତ୍ତିକରି ବିଭାଗୀୟ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ଉପସ୍ଥାପନ କରିଛନ୍ତି।

Leave A Reply

Your email address will not be published.