ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍‌ଘାଟିତ ।

0 309

ଭଞ୍ଜନଗର,୨୬/୧୨(ପିପିଟି); ଭଞ୍ଜନଗର ଫିସେରି ନିକଟରେ ୧ଏକର ଜାଗାରେ ୧କୋଟି ୩ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ପ୍ରଣାଳୀରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଏକ ଅଣୁ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରକୁ ଆଜି ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି। ଏଥିରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠି,ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ, ବ୍ଲକ ଅଧ୍ୟକ୍ଷା ବିନ ଦଳବେହେରା,ସୁଧୀର ରଞ୍ଜନ ବେହେରା, ସୁନିତା ଦଳବେହେରା ଉପସ୍ଥିତ ଥିଲେ।ଶୂଳପାଣି ଶତପଥୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳରୁ ସଂଗ୍ରହ ହେଉଥିବା ଓଦା ଆବର୍ଜନା ରୁ ଜୈବିକ ସାର ଓ ଶୁଖିଲା ଆବର୍ଜନାକୁ ପୁନଃ ବ୍ୟବହାର ଯୋଗ୍ୟ କରିବା ପାଇଁ ଏହି କେନ୍ଦ୍ର କାର୍ଯ୍ୟ କରିବ। ଏସ.ଏଚ.ଜି ଗ୍ରୁପର ମହିଳାମାନେ ଜୈବିକ ସାରକୁ ସରକାରଙ୍କ ମୋ ଖତ ଯୋଜନାରେ ସାମିଲ କରି ଅର୍ଥ ରୋଜଗାର କରିପାରିବେ ଏବଂ ଭଞ୍ଜନଗର ସହରର ପରିବେଶ ପ୍ରଦୂଷଣ ମୁକ୍ତ ହୋଇପାରିବ। ବର୍ଜ୍ୟ ବସ୍ତୁ ପରିଚାଳନା ରେ ଏହି କେନ୍ଦ୍ର ସହାୟକ ହେବ ବୋଲି ଅତିଥିମାନେ କହିଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.