ବେଗୁନିଆ,୨୧/୦୯(ପିପିଟି):ଜିଲ୍ଲା ଶିଳ୍ପ କେନ୍ଦ୍ର ଭୁବନେଶ୍ବରଙ୍କ ଆୟୋଜନରେ ଅଣୁ କ୍ଷୁଦ୍ର ମଧ୍ୟମ ଶିଳ୍ପୋଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା ଶିବିର ବେଗୁନିଆ ବ୍ଲକ୍ ସଭାଗୃହ ରେ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ୍ ସଭାପତି ଲକ୍ଷ୍ମୀ ଧର ସୁବୁଦ୍ଧି ସଭାପତି ଅଧକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷା ସାବିତ୍ରୀ ମହାପାତ୍ର ୨୨ନମ୍ବର ଜୋନ ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସାହୁ, ବିଡିଓ ଲକ୍ଷ୍ମୀ ଧର ସାହୁ,ଏବୀଡୀ ଓ ସୁମିତ୍ରା ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ସହକାରୀ ପରିଚାଳକ ଭୁବନେଶ୍ବର ସମ୍ପଦ କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଈ ଥିଲେ ଓ ଶିଳ୍ପ ବିକାଶ ଅଧିକାରୀ ସୁଶାନ୍ତ ଚନ୍ଦ୍ର ବଡୁ ମଞ୍ଚ ପରିଚାଳନା କରିଥିଲେ. ନିର୍ଦ୍ଧାରିତ ସମୟରେ ବେଗୁନିଆ ବ୍ଲକ୍ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟା ମାନଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା। ସୁଶାନ୍ତ ଚନ୍ଦ୍ର ବଡୁ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ସୁଚନା ଦେବା ପରେ. ବ୍ୟାଙ୍କର ପ୍ରମୋଦ କୁମାର ମହାପାତ୍ର ବ୍ୟାଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ମତ ରଖିଥିଲେ। ସହ ପରିଚାଳକ ସରକାରଙ୍କ ବିଭିନ୍ନ ଜନମଙ୍ଗଳ କାରୀ ଯୋଜନା ସମ୍ବନ୍ଧରେ ମତ ରଖି ଥିଲେ। ବ୍ଲକ୍ ଅଧ୍ୟକ୍ଷ ବିଭାଗର ଏହି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ ପ୍ରତ୍ୟେକ ପଞ୍ଚାୟତରେ ଏହି ଭଳି କାର୍ଯ୍ୟକ୍ରମ କରୀ ସଚେତନତା ସୃଷ୍ଟି କରିବାକୁ ପ୍ରସ୍ତାବ ଦେଇଥିଲେ। ଶିଳ୍ପୀ କଳ୍ପତରୁ ପଣ୍ଡା ସମାଜକୁ ସମୃଦ୍ଧ ଶିକ୍ଷିତ ସ୍ବଚ୍ଛ କରିବା ପାଇଁ ସମସ୍ତଙ୍କୁ ସ୍ବରୋଜଗାର କ୍ଷମ କରାଇବା ଜରୁରୀ ବୋଲି ମତ ରଖି ଥିଲେ। ଉପାଧ୍ୟକ୍ଷ ସାବିତ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)