ଶେରଗଡ଼,୨୨/୦୮(ପିପିଟି); ଶନିବାର ସନ୍ଧ୍ୟା ଘ.୬,୩୦ମି ସମୟରେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ସାଗରପଲ୍ଲୀ ଓ ଶୋଭାଚନ୍ଦ୍ରପୁର ଗ୍ରାମ ରାସ୍ତା ପାଶ୍ୱର୍ରେ ଥିବା ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଆସିକା ବ୍ଲକ ଅନ୍ତର୍ଗତ ଖଣ୍ଡଦୋଳି ଗ୍ରାମ ପଞ୍ଚାୟତର ସମାଇଁଗୁଡା ଗ୍ରାମର ଗୌରାଙ୍ଗ ମଳିକ (୨୫) ନାମକ ଜଣେ ବ୍ୟକ୍ତି ଗ୍ଲୋମର ବାଇକ ଯାହାର ନମ୍ବର (ଓ,ଡ଼ି,୩୨,ସି- ୦୨୩୮)ଯୋଗେ ଶେରଗଡ଼ରୁ କାମ ସାରି ନିଜ ଘରକୁ ବାଇକ୍ ଯୋଗେ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଗୌରାଙ୍ଗ ମଳିକ ଅଚେତ୍ ହୋଇ ପଡ଼ିବା ସହ ଗୁରୁତ୍ୱର ଆଘାତ ହୋଇଥିଲେ । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ୧୦୮ ଯୋଗାଯୋଗ ଆମ୍ବୁଲାନ୍ସ ଯୋଗେ ଶେରଗଡ଼ ମେଡିକାଲକୁ ପଠାଇଥିଲେ । ଚିକତ୍ସାଧୀନ ଅବସ୍ଥାରେ ଡାକ୍ତର ଗୌରାଙ୍ଗ ମଲିକଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଗୌରାଙ୍ଗାଙ୍କ ଶଶୁର ଡ଼ମ୍ବୁରୁଧର ପ୍ରଧାନ ଏ ନେଇ ଶେରଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
(ରିପୋର୍ଟ- ଭିକୁ ନାୟକ। )
Prev Post