ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ।

0 305

ଭଞ୍ଜନଗର,୩୧/୦୧(ପିପିଟି): ଭଞ୍ଜନଗର ଥାନା ବୁଦୁଲି ଗ୍ରାମରେ ଥିବା ଏକ ବିଶ୍ରାମାଗାରରୁ ଜଣେ ଅଜଣା ବୃଦ୍ଧାଙ୍କର ମୃତଦେହ ସୋମବାର ସକାଳେ ପୁଲିସ ଉଦ୍ଧାର କରିଛି।ଗତକାଲି ସକାଳେ ଏହି ଗ୍ରାମର ସୁନୀଲ କୁମାର ବିଷୋୟୀ ଆସି ଭଞ୍ଜନଗର ଥାନାରେ ଏସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।ସେଥିରେ ଗତ ୬ମାସ ହେଲା ଜଣେ ଅଜଣା ବୃଦ୍ଧା ସେଠାରେ ରହି ଭିକ୍ଷା ବୃତ୍ତି କରି ଚଳୁଥିଲେ। ହେଲେ ଗତ ୨୯ତାରିଖ ଅପରାହ୍ନ ୫ଟା ସମୟରେ ବୃଦ୍ଧା ଜଣକ କୌଣସି ରୋଗରେ ପଡ଼ି ମୃତ୍ୟୁବରଣ କରିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିବା ଉଲ୍ଲେଖ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ସେଠାରେ ପହଞ୍ଚି କେସ ନଂ ୩/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଉକ୍ତ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରିବା ପରେ ଭଞ୍ଜନଗର ମେଡ଼ିକାଲରେ ବ୍ୟବଚ୍ଛେଦ କରିଥିଲେ। ହେଲେ ମୃତ ବୃଦ୍ଧାଙ୍କର କୌଣସି ପରିଚୟ ମିଳି ନଥିବା ଥାନା ଅଧିକାରୀ ଧିରେସ କୁମାର ଦାସ କହିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.