ରାଇରଙ୍ଗପୁର, ୪/୧୦(ପିପିଟି) ; ରାଇରଙ୍ଗପୁର ଓ ବହଳଦା ରାସ୍ତା ବାସିଙ୍ଗ ପାଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟିଛି । ମୃତକ ଜଣକ ହେଲେ ମନସା ରାମ ମହାନ୍ତ (୪୮) ଏବଂ ତାଙ୍କ ଘର ଭୁରୁଷା ଗ୍ରାମ ବୋଲି ଜଣାପଡିଛି । ଉକ୍ତ ଘଟଣାଟି ରବିବାର ଦିନ ଅର୍ଥାତ ଆଜି ମଧ୍ୟାହ୍ନରେ ଘଟିଥିବା ପୋଲିସ ସୂତ୍ରରୁ ପ୍ରକାଶ । ବହଳଦା ଥାନା ପୋଲିସ ମନସାଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଇଥିଲେ ଏବଂ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । (ରିପୋର୍ଟ-ଅକ୍ଷୟ କୁମାର ବିଶ୍ବାଳ ।)