ଭଞ୍ଜନଗର,୨୮/୦୨(ପିପିଟି); ଭଞ୍ଜନଗର ଥାନା ଅନ୍ତର୍ଗତ ଶାଳୁଆ ପଲି ଠାରୁ କଣ୍ଟେଇପଲି ମଧ୍ୟଭାଗ ରାସ୍ତାରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।ବଡପଡା ପଞ୍ଚାୟତ ଲୁଦୁଲୁଦି ଗ୍ରାମର ପଞ୍ଚୁ ସ୍ୱାଇଁ(୬୫)କୌଣସି କାମରେ ଆସି ସାଇକେଲ ଯୋଗେ ଶାଳୁଆପଲି ରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା।ଘଟଣା ସ୍ଥଳରେ ଗୁରୁତର ଆହତ ଅବସ୍ଥାରେ ପଞ୍ଚୁ ର ମୃତ୍ୟୁ ଘଟିଥିଲା। ଖବର ପାଇ ଭଞ୍ଜନଗର ପୋଲିସ ସେଠାରେ ପହଞ୍ଚି ପଞ୍ଚୁର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ କୁ ପଠେଇଥିଲେ। ଉକ୍ତ ସ୍ଥାନରେ ଦୁର୍ଘଟଣା ଘଟାଇଥିବା ଗାଡ଼ିର କାଚ ଭାଙ୍ଗି ପଡିଥିବା ବେଳେ ଗାଡ଼ି ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ। ପୋଲିସ କେଶ ନଂ ୭୮/୨୧ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )