ଅଙ୍ଗନବାଡି କର୍ମୀ ନିଯୁକ୍ତିରେ ପାତରଅନ୍ତର ଅଭିଯୋଗ କଲେ ଗ୍ରାମବାସୀ।

0 368

ରାୟଗଡା, ୧୯/୧୧(ପିପିଟି); ରାୟଗଡା ଜିଲ୍ଲା ଗୁଡାରି ବ୍ଲକର ଶିରିଗୁଡା ପଂଚାୟତ ଅଧୀନ ଭୁରୁକୁଡୁ ଅଙ୍ଗନୱାଡି କର୍ମୀ ଭାନୁମତୀ ବସ୍ତରାୟଙ୍କ ମୃତ୍ୟୁ ପରେ ସେହି ପଦବୀ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଗଲା। ଭାନୁମତୀ ବସ୍ତରାୟ ହରିଜନ ଶ୍ରେଣୀର ଥିଲେ, ତେଣୁ ଗ୍ରାମବାସୀ କହିବା ଅନୁଯାୟୀ ସେଠାରେ ପୁନର୍ବାର ହରିଜନ ଶ୍ରେଣୀର ଯେକୌଣସି ପ୍ରାର୍ଥୀଙ୍କୁ ଚୟନ କରାଯାଉ। ଭୁରୁକୁଡୁ ଅଙ୍ଗନବାଡି କେନ୍ଦ୍ର ଅଧୀନରେ ଭୁରୁକୁଡୁ, ପାଇକସାହି,ଶବରସାହି, ଲକ୍ଷ୍ମଣ ଗୁଡ଼ା ଏବଂ ଧୁବାବିଲ ଗ୍ରାମ ଗୁଡ଼ିକ ଆସୁଛି।ଏହି କେନ୍ଦ୍ରରେ ବହୁଳ ଭାବେ ହରିଜନ ଶ୍ରେଣୀର ପିଲାମାନେ ପଢ଼ିଥାନ୍ତି। ଏହି କେନ୍ଦ୍ରରେ ହରିଜନ ଶ୍ରେଣୀର ୫୦ ଜଣ ପିଲା ପଢ଼ୁଥିବା ବେଳେ ଆଦିବାସୀ ଶ୍ରେଣୀର ୨୫ ଜଣ ଏବଂ ଅନ୍ୟାନ୍ୟ ବର୍ଗର ୯ ଜଣ ପିଲା ପଢୁଛନ୍ତି। ସେହିପରି ଲୋକ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ହରିଜନ ଶ୍ରେଣୀର ୪୫୦ ବେଳେ ଆଦିବାସୀ ବର୍ଗର ୨୦୮ ଏବଂ ଅନ୍ୟାନ୍ୟ ବର୍ଗର ୧୮୮ ଅଛନ୍ତି।ଘର ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଅନ୍ୟାନ୍ୟ ବର୍ଗରୁ ୪୫,ଆଦିବାସୀ ୪୬ ଏବଂ ହରିଜନ ୧୨୦ ଅଟେ। ଏଣୁ ସେମାନେ କହୁଛନ୍ତି ଯେ,ସବୁ ଦୃଷ୍ଟିରୁ ଏହା ହରିଜନ ବହୁଳ ହେତୁ ଏଠାରେ ହରିଜନ ଶ୍ରେଣୀର ଯେକୌଣସି ମହିଳାଙ୍କୁ ନିଯୁକ୍ତି ପାଇଲେ ଭଲ ହୋଇଥାନ୍ତା। ସେହି ହିସାବରେ ବିଭାଗ ମଧ୍ୟ ଦରଖାସ୍ତ ଆହ୍ୱାନରେ ନୋଟିସ କରିଥିଲାଯେ, ଉଭୟ ଆଦିବାସୀ ଏବଂ ହରିଜନ ଶ୍ରେଣୀର ମହିଳା ଆବେଦନ କରିପାରିବେ। ତେଣୁ ସେହି ପଦବୀ ନିମନ୍ତେ ଉଭୟ ହରିଜନ ଏବଂ ଆଦିବାସୀ ପ୍ରାର୍ଥୀନୀ ଆବେଦନ କରିଥିଲେ। ହରିଜନ ଶ୍ରେଣୀର ପ୍ରାର୍ଥୀନୀଙ୍କ ଉଚ୍ଚ ଦକ୍ଷତା ଥିଲେ ମଧ୍ୟ ଆଦିବାସୀଙ୍କୁ କିପରି ଏଠାରେ ନିଯୁକ୍ତି ଦିଆଗଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ଏହି ବିଷୟରେ ସୂଚନା ଅଧିକାର ଆଇନ ଅନୁସାରେ ବିସ୍ତୃତ ତଥ୍ୟ ନିମନ୍ତେ ଆବେଦନ କରିଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ, ଯଦି ଏହାର ସମାଧାନ ନ ହୁଏ ତେବେ ଆନ୍ଦୋଳନାତ୍ମକ ପନ୍ଥା ଅପଣାଇବାକୁ ବାଧ୍ଯ ହେବୁ।

(ରିପୋର୍ଟ- ନବୀନ ଚନ୍ଦ୍ର ନାୟକ ବେହେରା। )

Leave A Reply

Your email address will not be published.