ଅଗ୍ନି ବିପନ୍ନ ପରିବାର ମାନଙ୍କୁ ସହାୟତାର ହାତ ବଢ଼ାଇଲା ହେଲ୍ପ ଇଣ୍ଡିଆ ।

0 391

ଭଞ୍ଜନଗର,୩୧/୦୫(ପିପିଟି); ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତୁରୁମୁ ପଞ୍ଚାୟତର କାଠଚିରା ଗ୍ରାମରେ ଆଦିବାସୀ ସାହିରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୭ଟି ପରିବାର ର ଲୋକେ ବର୍ତ୍ତମାନ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ରାଜନୈତିକ ଦଳ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଇଣ୍ଡିଆ ମୁଖ୍ୟ ପ୍ରଶାନ୍ତ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଗଂଜାମ ହେଲ୍ପ ଇଣ୍ଡିଆ ପକ୍ଷରୁ ସଭାପତି ଶିବ ଶଙ୍କର ପ୍ରଧାନଙ୍କ ନେତୃତ୍ୱରେ ହେଲ୍ପ ଇଣ୍ଡିଆ ଟିମ ସେଠାରେ ପହଂଚି ନିଜ ଘରକୁ ହରେଇ ଥିବା ଅଗ୍ନି ବିପର୍ଣ୍ଣ ପରିବାରଙ୍କ ସହ ଆଲୋଚନା କରିଥିଲେ । ଆଗକୁ ସମସ୍ତ ଅଗ୍ନି ବିପନ୍ନଙ୍କ ପାଖରେ କିପରି ସମସ୍ତ ସରକାରୀ ସୁବିଧା ସୁଯୋଗ ପହଁଞ୍ଚିବ ସେ ନେଇ ପ୍ରଶାସନର ଦୁର୍ଷ୍ଟି ଆକର୍ଷଣ କରାଯିବ ବୋଲି ହେଲ୍ପ ଇଣ୍ଡିଆ କର୍ମକର୍ତ୍ତା ତଥା ମୁଜାଗଡ଼ ଯୁବ ସରପଞ୍ଚ ଶିବ ଶଙ୍କର ପ୍ରଧାନ କହିଥିଲେ। ଅଗ୍ନି ବିପନ୍ନ ମାନଙ୍କୁ ହେଲ୍ପ ଇଣ୍ଡିଆ ପରିବାର ତରଫରୁ ମାସ୍କ, ସାନିଟାଇଜେର ଏବଂ କିଛି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥି ସହିତ ଆଗାମୀ ଦିନରେ ସେମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ର ବ୍ୟବସ୍ଥା କରାଯିବ ବୋଲି ହେଲ୍ପ ଇଣ୍ଡିଆ ଗଞ୍ଜାମ ସଭାପତି ଶିବ ଶଙ୍କର ପ୍ରଧାନ ପ୍ରକାଶ କରିଛନ୍ତି । ଏଥିରେ ହେଲ୍ପ ଇଣ୍ଡିଆ ପରିବାର ଆଦିତ୍ୟ ରାଉଳ, ବଳରାମ ସାହୁ, ଯୁବ ସରପଞ୍ଚ ଶିବ ଶଙ୍କର ପ୍ରଧାନ, ଦିପୁ ଡାକୁଆ, ଅଜୟ ନାୟକ, ମଣ୍ଟୁ ନାୟକ, ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.