ଅଗ୍ନି ପଥକୁ ବିରୋଧ କରି ଭଞ୍ଜନଗର କଂଗ୍ରେସର ଧାରଣା ।

0 287

ଭଞ୍ଜନଗର,୨୭/୦୬(ପିପିଟି): କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଚାରିଆଡ଼େ ଅଶାନ୍ତି ଲାଗିରହିଛି। ବହୁ ସ୍ଥାନରେ ଏହି ନିଯୁକ୍ତିକୁ ପ୍ରତ୍ୟାହାର କରିବାକୁ ନେଇ ଯୁବଗୋଷ୍ଠୀ ମଧ୍ୟରେ ଅସ୍ଥିରତା ଦେଖାଦେଇଛି। ଏହି ଯୋଜନାକୁ ବନ୍ଦ କରିବା ପାଇଁ ବିଭିନ୍ନ ସ୍ଥାନରେ ଧାରଣା,ବିକ୍ଷୋଭ, ଶୋଭାଯାତ୍ରା ଓ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଉଛି।ସେହିପରି ଭାରତୀୟ ଜାତୀୟ କଂଗ୍ରେସ ତରଫରୁ ଗଞ୍ଜମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିପଥ ନିଯୁକ୍ତି ପ୍ରତ୍ୟାହାର ପାଇଁ କଂଗ୍ରେସ ଦଳ ତରଫରୁ ସତ୍ୟାଗ୍ରହ ଡାକରା ଦିଆଯାଇଛି। ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବହୁ କଂଗ୍ରେସ ନେତା ଓ କର୍ମୀ ଏକାଠି ହୋଇ ଦିନ ୧୦ଟାରୁ ଗୋଟାଏ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ। ମୋଦୀ ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ କେବେବି ସଫଳ କରାଇ ଦିଆ ଯିବନି।କଂଗ୍ରେସ ଦଳ ଏହାକୁ ଜୋରଦାର ବିରୋଧ କରିବ। ୪ବର୍ଷ କାର୍ଯ୍ୟ କରିବା ପରେ ଜଣେ ଯୁବକ ସରକାରଙ୍କ ପାଇଁ ଅଲୋଡ଼ା ହେଇଯିବ ଏବଂ ଯାହାଫଳରେ ତାର ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର।ତେଣୁ ଏହି ନିଯୁକ୍ତିକୁ ସ୍ଥାୟୀ କରିବା ସହ ତାକୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବୀ କରାଯାଇଛି।ଏଥିରେ ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ,ଭଞ୍ଜନଗର ଏନ୍ଏସି ସଭାପତି ସନ୍ତୋଷ କୁମାର ଦିଗାଲ,ଭାସ୍କର ପତି,ସଦାନନ୍ଦ ପ୍ରଧାନ,ଯୁବ ଜିଲ୍ଲା ସମ୍ପାଦକ ଜବାହରଲାଲ ସାହୁ, ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ, ବିକ୍ରମ ବିଷୋୟୀ,ପ୍ରତାପ ସ୍ୱାଇଁ,ପ୍ରତାପ ପ୍ରଧାନ,ଋଷି ସାହୁ, ସନ୍ତୋଷ ଗୌଡ଼ ଓ ଅନ୍ୟ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ-ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.