ଅଗ୍ନିପଥ ଯୋଜନାକୁ ବିଭିନ୍ନ ସଂଗଠନର ବିରୋଧ।

0 261

ଜଗତସିଂହପୁର,୨୦/୦୬(ପିପିଟି);ଅଗ୍ନିପଥ ଯୋଜନାକୁ ବିରୋଧ କରି ସୋମବାର ଭାରତ ବନ୍ଦ ଡାକରା ଦେଇଥିଲେ ବିଭିନ୍ନ ସଂଗଠନ । ଜଗତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏଆଇଓ୍ଵାଇଏଫ ରାଜ୍ଯ ଉପସଭାପତି ସତ୍ୟ ରଞ୍ଜନ ମହାନ୍ତି,ଏଆଇଡିଏସଓ ର ପ୍ରକାଶ ଦାସ ଓ ଏଆଇଓ୍ଵାଇଏଫ୍ ଜିଲ୍ଲା ଆବାହକ ରୋଜାଲିନ ଦାଶଙ୍କ ନେତୃତ୍ୱରେ ରଚନା ଭୋଇ,ମାନସ ମଲ୍ଲ, ମୋନାଲିସା ଦାସ,ଵିଦ୍ଯୁଲତା ଭୋଇ,ସାକୁଲି ଭୋଇ ପ୍ରମୁଖ ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ପ୍ରତିବାଦ ସଭାରେ ଯୋଗଦାନ କରିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାକୁ ଜଗତସିଂହପୁର ଵାସୀଙ୍କ ତରଫରୁ ସମର୍ଥନ ଦେଇଥିଲେ ଏଆଇଟିୟୁସିସିର ପ୍ରଦୀପ୍ତ କୁମାର ରାମ ।
(ରିପୋର୍ଟ : ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.