ଅଗ୍ନିକାଣ୍ଡ ରେ ଜଳିଗଲା ୧୧ ଘର ସମେତ ଛଅ ଗୁହାଳ ,ଜୀବନ୍ତ ଦଗ୍ଧ ହୋଇଗଲେ ନବେ ଛେଳି ।

0 351

ଶେରଗଡ଼,୦୫/୦୩(ପିପିଟି);ଶେରଗଡ଼ ବ୍ଲକ ଅନ୍ତର୍ଗତ କେ କରଡାକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ଲାଓଗୁଡା ଗ୍ରାମରେ ଶୁକ୍ରବାର ଦିନ ଏକ ଭୟବୟ ଅଗ୍ନିକାଣ୍ଡ ଘଟି ଯାଇଛି । ଏହି ଅଗ୍ନିକାଣ୍ଡ ଏତେ ଭୟା ଭୟ ଥିଲା ଯେ ଗ୍ରାମ ର ଏଗାର ଘର, ଛଅ ଗୁହାଳ ସମେତ ନବେ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଶୁକ୍ରବାର ସକାଳ ଦଶ ଘଣ୍ଟ ସମୟରେ ଅଚାନକ ଏକ ପାଳଗଦା ହଟାତ୍ ନିଆଁ  ଲାଗିଯାଇଥିଲା । ହଟାତ ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପିଯାଇଥିଲା । ଯୁବାସେବୀ ଅରୁଣ ପ୍ରଧାନ ଏବଂ ଟୁନା ଚୌଧୁରୀ ସଂଗେ ସଂଗେ ଦମକଳକୁ ସୂଚନା ଦେଇଥିଲେ । ଶେରଗଡ଼ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁକୁ ଆୟତ ପାଇଁ ଚେଷ୍ଟା କରିଥିଲା । ପୁଣି ଆସିକା ଦମକଳ ଆସିବାରୁ ଉଭୟ ନିଆଁ କୁ ଆୟତ କରିଥିଲେ । ଗ୍ରାମର ବିପ୍ର ଗୌଡ଼, ହିନ ଗୌଡ଼, ନିତ୍ୟାନନ୍ଦ ଗୌଡ଼, ସୁଦର୍ଶନ ଗୌଡ଼, ରବୀନ୍ଦ୍ର ଗୌଡ଼, ଜାଗିଲି ଗୌଡ଼, କୈଳାଶ ଗୌଡ଼, ଚି଼ଞ୍ଚେଇ, ଗୌଡ଼, କବିତା ଗୌଡ଼, ଟୁନା ଗୌଡ଼, ପାଣ୍ଡବ ଗୌଡ଼, ରାଜୁ ଗୌଡ଼, ବିଷ୍ଣୁ ଗୌଡ଼, ଲଡୁ ଗୌଡ଼ଙ୍କ ଘର ଜଳିଯାଇଥିଲା ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖମନ୍ତ୍ରୀଙ୍କ ପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ଲାଓଗୁଡା ପହଞ୍ଚି ଥିଲେ । କ୍ଷତିଗ୍ରସ୍ତଙ୍କୁ ରେଡକ୍ରସ ପାଣ୍ଠି ରୁ ଦଶ ହଜାର ଟଙ୍କା ଓ ପାଳ ସହଯୋଗ କରିଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.