ଅଗ୍ନିକାଣ୍ଡ ଯୋଗୁଁ ତିନି ବଖରା ଘର ଧ୍ବଂସ ।

0 232

ମାଲକାନଗିରି,୦୪/୦୪(ପିପିଟି):ମାଲକାନଗିରି ଜିଲ୍ଲା ମୋଟୁ ତହସିଲ ଅନ୍ତର୍ଗତ ପେଟା ଗ୍ରାମରେ ଅଗ୍ନିକାଣ୍ଡ ଘଟି ତିନି ବଖରା ଘର ସହ ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି । ବିଦ୍ୟୁତ ସଟ୍‌ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଇଛି । ମୋଟୁ ଥାନା ସ୍ଥିତ ପୁସୁଗୁଡା ପଞ୍ଚାୟତ ଅନ୍ତର୍ଗତ ପେଟା ଗ୍ରାମର ଲାଚ୍ଛା କୁଞ୍ଜଙ୍କ ତିନି ବଖରା ଘର ପୋଡି ପାଉଁଶ ହୋଇଯାଇଛି ।
ଆଜି ଦିନ ୧୧.୩୦ ମିନିଟରେ ପେଟା ଗ୍ରାମର ଲାଚ୍ଛା କୁଞ୍ଜଙ୍କ ଘର ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାରରୁ ସଟ୍ ସର୍କିଟ ହୋଇଥିଲା । ଏଠାରୁ ନିର୍ଗତ ଅଗ୍ନି ଚାଳ ଛପର ଘରକୁ ନିମିଷକ ମଧ୍ଯରେ ଜାଳି ପୋଡି ଛାରଖାର କରି ଦେଇଇଥିଲା । ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, ଗ୍ରାମବାସୀ ଆୟତ୍ତ କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ । ଗ୍ରାମବାସୀଙ୍କ ପକ୍ଷରୁ କାଲିମେଳା ଅଗ୍ନିଶମ ବାହିନୀକୁ ସୂଚନା ଦିଆଯାଇଥିଲା । ଖବର ପାଇବା ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଅନେକ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ।
ଅଗ୍ନିଶମ ବାହିନୀ ଅଧିକାରୀ ଗୁପ୍ତେଶ୍ୱର ଦାସଙ୍କ କହିବା ଅନୁସାରେ,୩ ବଖରା ଚାଳ ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି। ବର୍ଷକ ପାଇଁ ରଖିଥିବା ତିରିଶି ବସ୍ତା ଧାନ, ବିହନ, ଚାଉଳ, ଘରର ଆସବା ପତ୍ର ,ବସନ କୁସନ, ଲୁଗାପଟା ସହ ଅନ୍ଯାନ୍ଯ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇ ଯାଇଥିଲା । ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲାଚ୍ଛାଙ୍କର ପୋଡି ପାଉଁଶ ହୋଇ ଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.