ଅଗ୍ନିକାଣ୍ଡ ଘଟି ୭ଟି ପରିବାର ଛାରଖାର ।

0 212

ଭଞ୍ଜନଗର,୨୯/୦୫(ପିପିଟି); ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ତୁରୁମୁ ପଞ୍ଚାୟତ କାଠ ଚିରା ଗ୍ରାମର ଆଦିବାସୀ ସାହି ରେ ଅଗ୍ନିକାଣ୍ଡ ଘଟି ସାତଟି ଘର ପୋଡି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଛି। ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ହାଠାତ୍ କୌଣସି କାରଣରୁ ନିଆଁ ଲାଗି ଯିବାରୁ ସାତଟି ପରିବାରର ସମସ୍ତ ଆସବାବପତ୍ର ଓ ଅନ୍ୟାନ୍ୟ ଜିନିଷପତ୍ର ପୋଡ଼ି ଛାରଖାର ହୋଇଯାଇଛି। ନିଆଁ ଏତେ ପ୍ରଖର ବେଗରେ ବ୍ୟାପିଥିଲା ଯେ ଘର ଭିତରୁ କୌଣସି ମୂଲ୍ୟବାନ ଜିନିଷ ମଧ୍ୟ କାଢ଼ିବା ସମ୍ଭବ ନ ଥିଲା। ଏଥିସହ ଚାରୋଟି ଗୁହାଳ ମଧ୍ୟ ଜଳି ପୋଡି ନଷ୍ଟ ହୋଇ ଯାଇଥିବା ବେଳେ ଭିତରେ ବନ୍ଧା ହୋଇଥିବା ଗୋଟିଏ ଗାଈ ମଧ୍ୟ ନିଆଁରେ ପୋଡି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ସେଠାରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡ ର ସଠିକ କାରଣ ଜଣାପଡି ନାହିଁ। ଘଟଣା ସ୍ଥଳରେ ସ୍ଥାନୀୟ ସରପଞ୍ଚ ରବୀନ୍ଦ୍ର ପ୍ରଧାନ ଏବଂ ରାଜସ୍ୱ ନିରୀକ୍ଷକ ପହଁଞ୍ଚି କ୍ଷୟକ୍ଷତି ର ଆକଳନ କରିବା ସହ ସେମାନଙ୍କ ରହିବା ଖାଇବା ବନ୍ଦୋବସ୍ତ କରିଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.