ଅଗ୍ନିକାଣ୍ଡ ଘଟି ୧୦ଏକର ଧାନ ଫସଲ ନଷ୍ଟ ।

0 407

ଭଞ୍ଜନଗର,୦୭/୦୧(ପିପିଟି); ଭଞ୍ଜନଗର ନିକଟ କୁଶ ପଲ୍ଲୀ ଗ୍ରାମରେ ଆଜି ଦିନ ଗୋଟାଏ ସମୟରେ ୬ଟି ଧାନ ଖଳାରେ ନିଆଁ ଲାଗିଯିବାରୁ ବହୁ ଧାନ ଫସଲ ନଷ୍ଟ ହୋଇଯାଇଛି । ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ଫଳରେ ବହୁ ଧାନ ଫସଲ ନଷ୍ଟ ହେବା ପୂର୍ବରୁ ବର୍ତ୍ତି ଯାଇଛି । ସୂଚନା ମୁତାବକ ଦୀପ ସଳିତା କାଉ ଥଣ୍ଟରେ ଧରି ଯାଉଥିବା ବେଳେ ସେଥିରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଗ୍ରାମବାସୀ ନିଆଁ ଲିଭେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରେ ସକ୍ଷମ ହୋଇ ନଥିଲେ। ଶୁକ୍ରୁ ପାତ୍ରଙ୍କର ୨ଏକର,ସୁରେନ୍ଦ୍ର ପୋଲେଇଙ୍କର ୨ଏକର, ରିତା ପତ୍ରଙ୍କର ୨ଏକର,ସତ୍ୟ ନାରାୟଣ ଜେନାଙ୍କର ୨ଏକର, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କର ୧ଏକର ଓ ସରସ ପାତ୍ରଙ୍କର ୧ଏକର ଧାନ ଫସଲରେ ନିଆଁ ଲାଗି ଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.