ଅଗ୍ନିକାଣ୍ଡରେ ୩ବଖରା ଘର ଓ ପରିବା ବଗିଚା ନଷ୍ଟ ।

0 292

ଭଞ୍ଜନଗର,୦୫/୦୨(ପିପିଟି): ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବ୍ରାହ୍ମଣପଦର ପଞ୍ଚାୟତ ଝାଲିଆଗୋଚ୍ଛା ଗ୍ରାମରେ ରବିବାର ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାରର ତିନି ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନି ବିପନ୍ନ କବିତା ନାଇକଙ୍କ ରୋଷେଇ ଘର ସମେତ ଗୋଟିଏ ଗାଈ ଗୁହାଳ ଓ ନିକଟରେ ଥିବା ପନିପରିବା ବାଡ଼ି ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ସେହିପରି ପଡୋଶୀ ବିରାଟ ନାଇକଙ୍କର ମଧ୍ୟ ଘର ସମେତ ସମସ୍ତ ଆସବାପତ୍ର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଭଞ୍ଜନଗର ଅଗ୍ନିଶମ ବାହିନୀ ଉକ୍ତ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ଉଭୟ ପରିବାରର ଲକ୍ଷାଧିକ ଟଙ୍କାରୁ ଉର୍ଦ୍ଧ୍ବ ସମ୍ପତ୍ତି କ୍ଷୟକ୍ଷତି ଘଟିଥିବା ଅନୁମାନ କରାଯାଉଛି। ତୁରନ୍ତ ଅଗ୍ନୀ ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀମାନେ ଜଣାଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.