ଅଗ୍ନିକାଣ୍ଡରେ ୨ବଖରା ସମେତ ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ।

0 268

ଭଞ୍ଜନଗର,୦୪/୦୨(ପିପିଟି): ଭଞ୍ଜନଗର ବ୍ଳକ୍ ଗଜାପଦର ଗ୍ରାମରେ ଶନିବାର ମଧ୍ୟାହ୍ନ ସମୟରେ ଅଗ୍ନିକାଣ୍ଡ ଘଟି ଗ୍ରାମର ଶଙ୍କର ନାୟକଙ୍କ ୨ ବଖରା ଘର ସଂପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଆଜି ମଧ୍ୟାହ୍ନ ସମୟରେ ଘରେ କେହି ନଥିବା ବେଳେ ହଠାତ୍ ଘରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ କରାଯାଉଥିବା ସମୟରେ ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ହେଲେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ଘରେ ଥିବା ସମସ୍ତ ଆସବାବପତ୍ର, ଲୁଗାପଟା,ଧାନ ଚାଉଳ ଓ ସମସ୍ତ ଜିନିଷ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି।ଅଗ୍ନି ବିପନ୍ନଙ୍କୁ ସରକାରୀ ସହୟତା ଯୋଗାଇ ଦେବାକୁ ସ୍ଥାନୀୟ ଗ୍ରାମବାସୀ ଜଣାଇଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.