ଭଞ୍ଜନଗର,୧୨/୦୩(ପିପିଟି) : ଭଞ୍ଜନଗର ବ୍ଳକ ହରିଗଡ଼ ପଞ୍ଚାୟତ ଗୋଡିବନ୍ଧ ଗ୍ରାମରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଅଗ୍ନି ବିପନ୍ନ ବାବୁ ନାଇକ ଓ ଗାୟତ୍ରୀ ନାଇକଙ୍କ ଘର୍ ପୋଡି ପାଉଁଶ ହୋଇଯାଇଛି। ଭଞ୍ଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅପରପକ୍ଷରେ ଶନିବାର ବାଉଁଶଲୁଣ୍ଡି ପଞ୍ଚାୟତ ଚାକୁଣ୍ଡାପଲ୍ଲୀ ରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ବ ପରିବାରର ଘର୍ ପୋଡି ପାଉଁଶ ହୋଇଯାଇଥିବା ବେଳେ ବିଡ଼ିଓ ଶଶୀ ଭୂଷଣ ମହାପାତ୍ର,ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜରିପାଲ ପ୍ରଦାନ କରିଛନ୍ତି । ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତଙ୍କୁ ଆବାସ ଯୋଜନାରେ ସାମିଲ କରାଯିବ ବୋଲି ବିଡ଼ିଓ ଶ୍ରୀ ମହାପାତ୍ର କହିଛନ୍ତି।
(ରିପୋର୍ଟ- ଜେକେ ପଟ୍ଟନାୟକ। )